ଦିନକରେ ୧୦ ୱିକେଟ୍ ନେଲେ ୟାସିର୍ ଶାହ

ନୂଆଦିଲ୍ଲୀ,୨୭/୧୧: ଗୋଟିଏ ଦିନରେ ୧୦ ୱିକେଟ ନେବା ମାମଲାରେ ପାକିସ୍ତାନର ୟାସିର ଶାହ ଭାରତୀୟ ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେଙ୍କ ସମକକ୍ଷ ହୋଇ ପାରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ୨ୟ ଟେଷ୍ଟରେ ତୃତୀୟ ଦିନରେ ସୋମବାର ଏହି ସଫଳତା ପାଇଁ କ୍ରିକେଟ ଇତିହାସରେ ଏକ ନୂତନ ପୃଷ୍ଠା ଯୋଡ଼ିଛନ୍ତି । ସଂଯୋଗ ବଶତଃ ୟାସିର ମଧ୍ୟ ଅନିଲଙ୍କ ଭଳି ଲେଗ ସ୍ପିନର । କୁମ୍ବଲେ ୧୯୯୯ରେ ପାକିସ୍ତାନ ବିପକ୍ଷରେ ଦିଲ୍ଲୀର ଫିରୋଜଶାହ କୋଟଲାରେ ୧୦ ୱିକେଟ ନେଇଥିଲେ । 

ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁବାଇରେ ଟେଷ୍ଟ ଶୃଙ୍ଖଳାର ୨ୟ ମୁକାବିଲା ଜାରି ରହିଛି । ଏହି ମ୍ୟାଚରେ ପାକିସ୍ତାନ ୫ ୱିକେଟରେ ୪୧୮ ରନ ସଂଗ୍ରହ କରିବା ପରେ ପାଳି ଘୋଷଣା କରିଛି । ନ୍ୟୁଜିଲାଣ୍ଡ ଏହାର ଜବାବରେ ଦ୍ୱିତୀୟ ଦିନରେ କୌଣସି ୱିକେଟ ନହରାଇ ୨୪ ରନ ସଂଗ୍ରହ କରିଥିଲା କିନ୍ତୁ ତୃତୀୟ ଦିନରେ ୯୦ ରନ ସଂଗ୍ରହ କରିବା ମଧ୍ୟରେ ସମସ୍ତ ୧୦ ୱିକେଟ ହରାଇଛି । ଫଲୋଅନ ହେବା ପରେ ନ୍ୟୁଜିଲାଣ୍ଡ ୨ୟ ଇଂନିସ ବ୍ୟାଟି କରିଛି । ତୃତୀୟ ଦିନ ଖେଳା ଶେଷ ହେବା ପର୍ଯ୍ୟନ୍ତ ୨ ୱିକେଟ ହରାଇ ୧୩୧ ରନ ସଂଗ୍ରହ କରିଛି ।

ମ୍ୟାଚର ୩ୟ ଦିନ ୟାସିରଙ୍କ ପାଇଁ ସ୍ୱର୍ଣ୍ଣିମ ଦିବସ ଥିଲା । ସେ ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସରେ ୮ଟି ୱିକେଟ ନେଇଥିବା ବେଳେ ୨ୟ ଇନିଂସରେ ୨ଟି ୱିକେଟ ନେଇଥିଲେ । ୟାସିର (୩୨ ବର୍ଷ) ୧୨.୩ ଓଭର ବୋଲିଂ କରି ୪୧ ରନ ଦେଇଥିଲେ । ଦୀର୍ଘ ୧୯ ବର୍ଷ ପରେ ଜଣେ ବୋଲର ୧୦ଟି ୱିକେଟ ନେଇଛନ୍ତି । ୟାସିର ଯଦିଓ ୧୦ଟି ୱିକେଟ ନେଇଛନ୍ତି, ଏହା ୨ଟି ଇନିଂସରୁ ସଂଗୃହୀତ ହୋଇଛି । ଅନିଲ କୁମ୍ବଲେ ଗୋଟିଏ ଇନିଂସରେ ୧୦ଟି ୱିକେଟ ନେଇଥିଲେ । ୧୪୧ ବର୍ଷର ଟେଷ୍ଟ ଇତିହାସରେ କେବଳ ୨ ଜଣ ବୋଲର ଗୋଟିଏ ଇନିଂସରେ ୧୦ ୱକେଟ ନେଇଛନ୍ତି । ଏହି ସଫଳତା ୧୯୫୬ରେ ଇଂଲଣ୍ଡର ଜିମ ଲେକର କରିଥିଲେ । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.