ରକ୍ଷଣା ବେକ୍ଷଣ ଅଭାବରୁ ଶ୍ରୀହିନ ହୋଇପଡିଛି ଧର୍ମଗଡ ଶିଶୁ ପ୍ରମୋଦ ଉଦ୍ୟାନ

ପୁନଃରୁଦ୍ଧାର ଜରୁରୀ

ଧର୍ମଗଡ଼,୨୦/୫ : ଛୋଟ ଛୋଟ ଶିଶୁଙ୍କ ଅବସର ବିନୋଦ ପାଇଁ ୨୦୦୩ରେ ରେଡକ୍ରସ ପାଣ୍ଠି ସହାୟତାରେ ଧର୍ମଗଡ ସହରରେ ସ୍ଥାପିତ ହୋଇଥିବା ଶିଶୁ ପ୍ରମୋଦ ଉଦ୍ୟାନ ( Childrens Park) ଉପଯୁକ୍ତ ରକ୍ଷଣା ବେକ୍ଷଣ ଅଭାବରୁ ଶ୍ରୀହିନ ହୋଇପଡିଛି । ପାର୍କର ସବୁଜିମା ଉଜୁଡି ଯାଉଥିବାବେଳେ ପିଲାଙ୍କ ପାଇଁ ଉଦ୍ଧିଷ୍ଟ କ୍ରିଡା ସାମଗ୍ରୀ ନଷ୍ଟ ହେବାକୁ ବସିଲାଣି ।

ଦିନଥିଲା କୁନି କୁନି ପିଲାଙ୍କ କ୍ରିଡା କୌତୁକରେ ଫାଟି ପଡୁଥିଲା ଏହି ଉଦ୍ୟାନ । ତେବେ ବର୍ତ୍ତମାନ ସବୁକିଛି ଖାଁ ଖାଁ ।ଏଠାକୁ ଆଉ ପୂର୍ବପରି ଆସିବାକୁ ବି ଇଚ୍ଛା କରୁନାହାନ୍ତି ଅନେକ ଶିଶୁ । ଏପଟେ ଗେଟ୍ ରେ ଝୁଲୁଛି ତାଲା । ପାର୍କ ନିର୍ମାଣ ହେବା ସମୟରେ ଗ୍ରାମିଣ ଜଳ ଯୋଗାଣ ବିଭାଗ ଦ୍ଵାରା ଏହି ଉଦ୍ୟାନକୁ ପାଇପ ଯୋଗେ ଜଳ ଯୋଗାଣ କରାଯାଉଥିଲା ସବୁଜିମା ରେ ହସି ଉଠି ଥିଲା ଶିଶୁ ପ୍ରମୋଦ ଉଦ୍ୟାନ । ଜଣେ କେୟାର ଟେକର ମଧ୍ୟରେ ଏଠାରେ ରହି ରକ୍ଷଣ ବେକ୍ଷଣ କରୁଥିଲେ । ବର୍ତ୍ତମାନ ଧର୍ମଗଡ଼ ସହର ପଞ୍ଚାୟତରୁ ଏନଏସି ହେଲା କିନ୍ତୁ ଏବେ ପ୍ରାୟ ବର୍ଷେ ହେବ ଏହାର ରକ୍ଷଣାବେକ୍ଷଣ କରାଯାଇନାହିଁ । ଯାହାଫଳରେ ପାର୍କରେ ଥିବା ସୁନ୍ଦର ସୁନ୍ଦର ଗଛ ଲତା ସବୁ ମରିବାକୁ ବସିଲାଣି । ଶ୍ରୀହିନ ଦେଖାଯାଉଛି ଉଦ୍ୟାନ । ଏହାକୁ ନେଇ ଶିଶୁ ଓ  ଅଭିଭାବକ ମଧ୍ୟରେ ନିରାଶ ଭାବ ପ୍ରକାଶ ପାଇଛି । ପ୍ରମୋଦ ଉଦ୍ୟାନ ଦୁଇ କଡ଼ ରେ ଦୁଇଟି ଗୃହ ନିର୍ମାଣ ହୋଇ ଭଡା ଦିଆଯାଇଛି । ସେଥିରୁ ଆୟ ମଧ୍ୟ ହେଉଛି ଏହା ସ୍ୱତ୍ତ୍ବେ ଏହି ଶିଶୁ ଉଦ୍ୟାନ ରକ୍ଷଣ ବେକ୍ଷଣ ନ ହେବା ବିଡ଼ମ୍ବନାର ବିଷୟ ।

ଏସଂପର୍କରେ ଧର୍ମଗଡ଼ ଏନଏସି ଅଧକ୍ଷ୍ୟା ହୀରା ବାଗଙ୍କୁ ଯୋଗା ଯୋଗ କରିବାରୁ ରେଡ଼କ୍ରସ ଦ୍ୱାରା ନିର୍ମିତ ଏହି ଶିଶୁ ଉଦ୍ୟାନର ଦାଇତ୍ୱ ବର୍ତ୍ତମାନ ସୁଦ୍ଧା ଏନଏସିକୁ ହସ୍ତାନ୍ତର କରାଯାଇନାହିଁ, ଫଳରେ ଏହାର ରକ୍ଷଣାବେକ୍ଷଣ ପାଇଁ ବେବସ୍ଥା କରାଯାଇ ପାରୁ ନାହିଁ ବୋଲି କହିଥିଲେ । ଏହାସହ ଜିଲ୍ଲା ରେଡ଼କ୍ରସ କତ୍ତୃପକ୍ଷଙ୍କୁ ଶିଶୁ ଉଦ୍ୟାନ ଦାୟିତ୍ୱ ହସ୍ତାନ୍ତର ପାଇଁ ଜଣାଇ ଦିଆଯାଇଛି ଓ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

ଧର୍ମଗଡ଼ରୁ ଲବଣି ରାଉତଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.