ଏକଜିଟପୁଲ ରିପୋର୍ଟକୁ ନେଇ ଅଙ୍କ କଷା ଆରମ୍ଭ

ପୁଣି ଫେରିଛି ରାଜନୈତିକ ଉଷ୍ମତା : ଚାଲିଛି ହାର୍ ଜିତ୍ ଆକଳନ

ସୋନପୁର,୨୦/୫ : ଚଳିତ ବର୍ଷ ୨୦୧୯ ନିର୍ବାଚନରେ ସୁବର୍ଣ୍ଣପୁର ଜିଲା ଚଳିତ ବର୍ଷ ମଧ୍ୟ ଚର୍ଚ୍ଚାର କେନ୍ଦ୍ରକୁ ଆସିଛି । ଏଠି ହୋଇଥିଲା ତ୍ରିମୁଖି ଲଢେଇ । ଆଶା କରାଯାଉଥିଲା ଯେ ସୋନପୁର ଜିଲାର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବିଜୟୀ ହେବା ସହିତ ବଲାଙ୍ଗୀର ସଂସଦୀୟ କ୍ଷେତ୍ରରେ ମଧ୍ୟ ବିଜେଡି ସାଂସଦ ପ୍ରାର୍ଥୀ ବିଜୟୀ ହେବା ନେଇ ଦଳ ଖୁବ୍ ଆଶାବାଦୀ ମାତ୍ର ଏକଜିଟ୍ ପୁଲ୍ ର ମତାମତକୁ ନେଇ ବିଭିନ୍ନ ଗଣମାଧ୍ୟମରେ ହାରୁଥିବା ହେଭିୱେଟ ନେତାମାନଙ୍କ ମଧ୍ୟରେ ବିଜେଡି ସାଂସଦଙ୍କ ନାମ ଆସୁଥିବାରୁ ସୋନପୁର ରେ ଚା ଖଟିରୁ ଆରମ୍ଭ କରି ରାଜନୈତିକ ମହଲରେ ମଧ୍ୟ ହାର ଜିତ୍ କୁ ନେଇ ଏବେ ଆଲୋଚନା ସରଗରମ ହୋଇ ପଡିଛି । ଗତ କିଛି ଦିନ ହେଲା ପ୍ରଚଣ୍ଡ ଖରାର ତାତିରେ ରାସ୍ତା ଘାଟ ସବୁ ଶୁନ୍ ଶାନ୍ ହୋଇଯାଉଥିବା ବେଳେ ସବୁଠି କେବଳ ଗୋଟିଏ ଚର୍ଚା ଥିଲା ଖରା ଓ ତାପମାତ୍ରା । ମାତ୍ର ଗତକାଲିଠାରୁ ଏକଜିଟ୍ ପୁଲ ମତ ବାହାରକୁ ଆସିବା ପରେ ଏବେ ସୋନପୁର ରେ ରାଜନୈତିକ ଉଷ୍ମତା ପୁଣିଥରେ ଫେରିଛି ଓ ହାର ଜିତ୍ ଆକଳନ ନେଇ ଅଙ୍କକଷା ଆରମ୍ଭ ହୋଇ ଯାଇଛି । ଅପରପକ୍ଷରେ ଏକଜିଟ୍ ପୁଲ୍ ର ମତାମତ ନେଇ ସାଧାରଣ ଲୋକଙ୍କ ପ୍ରତିକ୍ର୍ରିୟା ଭିନ୍ନ ଭିନ୍ନ ରହିଛି । ଯେହେତୁ ବଲାଙ୍ଗୀର ବିଜେଡି ସାଂସଦ ପ୍ରାର୍ଥୀଙ୍କୁ ଏକଜିଟ୍ ପୁଲ୍ ରେ ପରାସ୍ତ ହେଉଥିବା ଦେଖାଯାଉଛି ତେଣୁ ବିଜେପି ଦଳ ଅଧିକ ଉତ୍ସାହିତ ହୋଇ ବିଧାନସଭାରେ ମଧ୍ୟ ଅଧିକ ସଂଖ୍ୟକ ସିଟ୍ ପାଇବା ନେଇ ଏବେଠୁ ଆଶାବାଦୀ ରହିଛନ୍ତି । ମାତ୍ର ଏକଜିଟ୍ ପୁଲରେ ବିଧାନସଭା କ୍ଷେତ୍ରରେ ବିଜେଡି ସୋନପୁର ଓ ବିରମହାରାଜପୁର ଉଭୟ ନିର୍ବାଚନ ମଣ୍ଡଲିରେ ରେ ଭଲ ପ୍ରଦର୍ଶନ କରୁଥିବାବେଳେ ଲୋକସଭା ପାଇଁ ବିଜେପି ଭଲ କରୁଥିବା କହୁଛି । ମାତ୍ର ଚର୍ଚ୍ଚା ହେଉଛି ଯେ ଯେହେତୁ ବିଜେପି ସାଂସଦଙ୍କ ପକ୍ଷରେ ମତଦାନ ଯାଇଛି ତେଣୁ ଏହା ବିଧାନସଭା କ୍ଷେତ୍ରରେ ମଧ୍ୟ ସମାନ ଭାବେ ପ୍ରତିଫଳିତ ହେଉଥିବା ଆକଳନ କରାଯାଉଛି । ଭୋଟ୍ ଗଣତି ନସରିବା ପର୍ଯ୍ୟନ୍ତ ଏପ୍ରକାର ପ୍ରହେଳିକା ଜାରି ରହିବ । ହୁଏତ ଏକଜିଟ୍ ପୁଲ୍ ଶତ ପ୍ରତିଶତ ଠିକ୍ ହୋଇନପାରେ ମାତ୍ର ଚୂଡାନ୍ତ ଫଳ ନ ଆସିଲା ଯାଏଁ ଏକଜିଟ୍ ପୁଲର ଚର୍ଚ୍ଚା ସରଗରମ କରି ରଖିବ । ଅନ୍ୟପକ୍ଷରେ ୨୩ ତାରିଖରେ ଭୋଟ ଗଣତିକୁ ଶୃଙ୍ଖଳିତ କରିବା ପାଇଁ ତଥା ସୁଚାରୁରୂପେ ସମ୍ପାଦନ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

 

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in


ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.