ମୋଟେର : ବିଶ୍ୱ କପ୍ ହକି ପାଇଁ ସମସ୍ତେ ଦୌଡିଲେ

 

କୋକସରା,୨୭/୧୧:

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ହେବା କୁ ଥିବା ହକି ବିଶ୍ୱ କପ୍ ପରିପ୍ରେକ୍ଷିରେ ଆଜି କୋକସରା ବ୍ଲକ ମୋଟର   ପଂଚାୟତ ଠାରେ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି । ବିଜୁ ଯୁବ ବାହିନୀ ଓ ପଞ୍ଚାୟତ ଅଧିକାରୀ ପକ୍ଷରୁ ମୋଟର ଠାରେ ଅନୁଷ୍ଠିତ ହୋଇଥିବା ମିନି ମାରାଥନ୍ ରେ

ଅତିଥି ଭାବେ ମୋଟର ସରପଞ୍ଚ ଇଂ ସୁଶୀଲ କୁମାର ଶବର ,  ଅଶୋକ ମାଝୀ, ଟିକେଶ୍ବର ପୂଜାରୀ, କୁମୁଦ ବେହେରା ,ପଂଚାୟତ ଅଧିକାରୀ ସତ୍ୟବାନ ପୂଜାରୀ , ମୋଟର ଉଚ୍ଚବିଦ୍ୟାଳୟ , ଖେଳ ଶିକ୍ଷକ ଅଜିତ କୁମାର ମେହେର , ଜେଇ ସୂର୍ଯ୍ୟ ନାଥ, ବିନୋଦ ପଟେଲ ଯୁବ ବାହିନୀ ସଭାପତି ଜନ୍ମେଜୟ ଦଳପତି , ଅଭିମନ୍ୟୁ ପୂଜାରୀ, ନଵୀନ ବେହେରା ସୁଦର୍ଶନ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

ହୃଦାନନ୍ଦ ସରାପ ପଲକ ଶବର ,କେଦାର ଶବର ,ଦିଗଲେ ଶବର ,ଜିତୁ ଧଙ୍ଗଡା ମାଝୀ ,ଥଵିର ନାଏକ ପ୍ରମୁଖ ପ୍ରଥମ ରୁ ଷଷ୍ଠ ସ୍ଥାନ ଅଧିକାର କରି ପୁରସ୍କୃତ  ହୋଇଥିଲେ ।

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ ଓଡିଆ ବାର୍ତ୍ତା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.