24x7News&Views
ବମ୍ବେ: ବଲିଉଡ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଗାୟକ ମହମ୍ମଦ ଅଜିଜଙ୍କ ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ସେ ସୋମବାର କଲିକତାରୁ ବମ୍ବେ ଫେରୁଥିବା ସମୟରେ ବିମାନବନ୍ଦରରେ ଛାତିରେ ଯନ୍ତ୍ରଣା ହେଉଥିବା ଅନୁଭବ କରିଥିଲେ। ତାଙ୍କୁ ଡ୍ରାଇଭର ତତ୍କ୍ଷଣାତ ସେଠାକାର ନାନାବତି ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଅଜିଜ୍ଙ୍କ ଝିଅ ସନା ସୂଚନା ଦେଇଛନ୍ତି।
𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛