କ୍ରୀଡା ଉପକରଣ ବିତରଣ କାର୍ଯ୍ୟକ୍ରମ

 

କଳାହାଣ୍ଡି,୨୭/୧୧:

ଯୁବ ସମାଜ ମଧ୍ୟରେ କ୍ରିଡା ସଚେତନତା ସହ ଖେଳ କୁଦର ବିକାଶ ଲକ୍ଷ୍ୟ ନେଇ ଓଡିଶା ସରକାରଙ୍କ ପକ୍ଷରୁ କ୍ରୀଡା ଉପକରଣ ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ନର୍ଲା ବ୍ଲକ ଠାରେ କ୍ରୀଡା ଉପକରଣ ବିତରଣ ସମାରୋହ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି । ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ମହାନ୍ତି (ମୁନା) , ନର୍ଲା ବିଡିଓ ବେଦବ୍ୟାସ ବେହେରା ପ୍ରମୂଖ ଯୋଗଦେଇ ବିଜୁ ଯୁବ ବାହିନୀ ମାନଙ୍କୁ କ୍ରିଡା ଉପକରଣ ପ୍ରଦାନ କରିଥିଲେ  ।

ଏହି ଉତ୍ସବରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତି ସଭ୍ୟ , ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଜୁ ଯୁବ ବାହିନୀର ସଭାପତି, ସମ୍ପାଦକ ଓ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ । ସାନ୍ତପୁର , ରୁପ୍ରାରୋଡ ସମେତ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତର ଅନେକ ବିଜୁ ଯୁବ ବୀହିନୀକୁ କ୍ରିଡା ଉପକରଣ ବିତରଣ କରାଯାଇଥିବା ଖବର ମିଲିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.