ମଧ୍ୟପ୍ରଦେଶ ଓ ମିଜୋରାମରେ ମତଦାନ ଆରମ୍ଭ

ନୂଆଦିଲ୍ଲୀ, ୨୮/୧୧:  ମଧ୍ୟପ୍ରଦେଶ ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ପୂର୍ବାଞ୍ଚଳ ରାଜ୍ୟ ମିଜୋରାମ (୪୦ ବିଧାନସଭା ଆସନ)ରେ ଆଜି ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଥିବା ବେଳେ ମଧ୍ୟପ୍ରଦେଶରେ ପୂର୍ବାହ୍ନ ୭ଟାରୁ ୨୩୦ ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି । ମିଜୋରାମରେ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଏବଂ ମଧ୍ୟପ୍ରଦେଶରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ । ମିଜୋରାମରେ ୭ ଲକ୍ଷ ୭୦ ହଜାରରୁ ଅଧିକ ମତଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ମତଦାନ କରୁଛନ୍ତି । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.