ଶୀତରେ ଗୋଇଠି ଫାଟୁଛି କି? ଜାଣନ୍ତୁ ଉପଚାର

ଶୀତଦିନେ ଗୋଇଠି ଫାଟିବା  ଅଧିକାଂଶ ଲୋକ ମାନଙ୍କ ସମସ୍ୟା ହୋଇଥାଏ । ଆଉ ଏହାକୁ ନେଇ ଅନେକ ଲୋକ ଚିନ୍ତିତ ମଧ୍ୟ  ଥାଆନ୍ତି । ବିଭିନ୍ନ ପ୍ରକାରର ଉପଚାର କରିଥାନ୍ତି । ବଜାରରେ ମିଳୁଥିବା ବିଭିନ୍ନ କ୍ରିମ୍ ଠାରୁ ଆରମ୍ଭ କରି ପାର୍ଲର ଯିବା ପର୍ଯ୍ୟନ୍ତ ବିଭିନ୍ନ ଉପାୟ ଆପଣେଇଥାନ୍ତି । ଆପଣ ଚାହିଁଲେ ଏହାର ଘରୋଇ ଉପଚାର ମଧ୍ୟ କରିପାରିବେ । ଆଉ ଅଯଥାରେ ଅନେକ ଖର୍ଚ୍ଚାନ୍ତରୁ ମୁକ୍ତ ହୋଇପାରିବେ । 

କଣ କରିବେ 

  •  ବର୍ତ୍ତମାନ ଫୁଟ୍ ଫାଇଲ୍ କିମ୍ବା ପ୍ୟୁମିସ୍ ( ଗୋଡ ରଗଡିବା ସ୍ପଂଜ ବା ପଥର) ସାହାଯ୍ୟରେ ଧୀରେ ଧୀରେ ପାଦକୁ ସ୍କ୍ରବ୍ କରି ଡେଡ୍ ସ୍କ୍ରିନ୍ ବାହାର କରିଦିଅନ୍ତୁ । ଅଧିକ ରଗଡିବା ଠାରୁ ଦୂରେଇ ରୁହନ୍ତୁ ।
  •  ଗୋଡ ଧୋଇବା ପରେ  ଭଲଭାବେ ପୋଛି ଦିଅନ୍ତୁ ଭେସଲିନ୍ କିମ୍ବା ଫୁଟ୍ କ୍ରିମକୁ ଗୋଇଠିରେ ଭଲଭାବେ ମାଲିସ୍ କରନ୍ତୁ।
  •  ଶୋଇବା ପୂର୍ବରୁ ଅଳ୍ପ ଉଷୁମ ପାଣିରେ ୧୫-୨୦ ମିନିଟ୍ ପର୍ଯ୍ୟନ୍ତ ପାଦକୁ ବୁଡାଇ ରଖନ୍ତୁ । ଏହାଦ୍ୱାରା ପାଦରେ ଥିବା ଶୁଷ୍କ ଚର୍ମ ନରମ ହୋଇଯିବ।
  • ପାଦରେ ମୋଜା ପିନ୍ଧିି ଶୁଅନ୍ତୁ।
  •  ସପ୍ତାହକୁ ଅତିକମରେ ଦୁଇଥର ଏପରି କରିବା ସହ ପ୍ରତିଦିନ ତେଲ ଲଗାଇବା ଦ୍ୱାରା ମଧ୍ୟ ଗୋଇଠି ଫାଟିବା ଦୂର ହୋଇଥାଏ।
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.