ସୋସିଆଲ ଅାକ୍ଟିବିଷ୍ଟ୍ ଅଫ୍ କଳାହାଣ୍ଡି ସଂଗଠନ ର ଦ୍ଵିତୀୟ ରକ୍ତ ଦାନ ଶିବିର

ଧର୍ମଗଡ,୨୮/୧୧:

ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଗରଗାବ ଗ୍ରାମର ଶ୍ରୀ ଅରବିନ୍ଦ ବିଦ୍ୟାଳୟ ଠାରେ ସୋସିଆଲ ଅାକ୍ଟିବିଷ୍ଟ୍ ଅଫ୍ କଳାହାଣ୍ଡି ସଂଗଠନ ର ଦ୍ଵିତୀୟ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ରକ୍ତଦାନ ଶିବିରରେ ଗରାଗାବ ଗ୍ରାମ ନିକଟସ୍ଥ ବିଭିନ୍ନ ଗ୍ରାମରୁ ଲୋକମାନେ ଯୋଗ ଦେଇ ରକ୍ତଦାନ କରିଥିଲେ । ସର୍ବମୋଟ୍ ୩୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଏହି  ଶିବିରରେ ଏସଡିପିଓ ପ୍ରେମାମଞ୍ଜୁରି ସାହୁ ଓ ଚଦ୍ରିକ ଦୁର୍ଗା ଯୋଗଦେଇ ରକ୍ତଦାତା ଏବଂ ସଂଗଠନର ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ରକ୍ତଦାନ ଶିବିରରେ ସଂଗୃହିତ ରକ୍ତ  ଧର୍ମଗଡ ଉପଖଣ୍ଡ ସ୍ଥରୀୟ ସ୍ବସ୍ଥ୍ୟକେନ୍ଦ୍ର ର ବ୍ଲଡ୍ ବ୍ୟାଙ୍କ୍ କୁ ଦିଆଯାଇଥିଲା । ଆଗାମୀ ଦିନରେ ଆହୁରି ଏଭଳି ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିବୁ ବୋଲି ସଂଗଠନର ସଦସ୍ୟ ମାନେ ପ୍ରକାଶ କରିଛନ୍ତି ।

ଲବଣୀ ରାଉତଙ୍କ ରିପୋର୍ଟ ଓଡିଆ ବାର୍ତା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.