ଲାଲ ବାହିନୀର ନୂଆ ନେତା

ରାୟପୁର,୨୮/୧୧: ପ୍ରତି ନକ୍ସଲ ହମ୍‌ଲାର ଯୋଜନା ପ୍ରସ୍ତୁତ ପ୍ରସ୍ତତ କରୁଥିବା ସେଣ୍ଟ୍ରାଲ ମିଲିଟାରି କମିଶନ ନମ୍ବାଲା କେଶବ ରାଓ ବାସବ୍‌ରାଜ୍‌ (୬୦) ମାଓବାଦୀମାନଙ୍କ ନୂତନ ମହାସଚିବ ଭାବେ ନିଯୁକ୍ତି ମିଳିଥିବା ଜାଣିବାକୁ ମିଳିଛି। ପୂର୍ବରୁ ଏହି ପଦବିରେ ଥିଲେ ମୁପ୍ପାଲା ଲକ୍ଷ୍ଣମ ରାଓ ଓରଫ ଗଣପତି (୭୦)। ବିଗତ ୨୦୦୪ରେ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ (ମାଓଇଷ୍ଟ) ଗଠିତ ହେବା ପରଠାରୁ ହିଁ ସେ ଏହି ପଦବୀରେ ରହି ଆସିଥିଲେ। ତେବେ ବୟସାଧିକ୍ୟ ଓ ଶାରିରୀକ ଅସୁସ୍ଥତା କାରଣରୁ ସେ ଏବେ ଏହି ପଦବିରୁ ସ୍ୱେଚ୍ଛାକୃତ ଭାବେ ଅବସର ନେବାକୁ ଇଚ୍ଛା ପ୍ରକଟ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.