୨୫ ତମ ଜିଲ୍ଲା ସ୍ଥରୀୟ ସ୍କାଉଟସ ଓ ଗାଇଡସ ରାଲି ଉଦଘାଟିତ

କୋକସରା,୨୭/୧୧:

ଇନ୍ଦ୍ରାବତୀ ସରକାରୀ ଉଚ୍ଚବିଦ୍ୟାଳୟ ଡଙ୍ଗରିଗୁଡା ଠାରେ ଆଜି ୨୫ ତମ କଳାହାଣ୍ଡି ଜିଲ୍ଲା ସ୍ଥରୀୟ ସ୍କାଉଟସ ଓ ଗାଇଡସ ରାଲି ଉଦଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ କଳାହାଣ୍ଡି ଙ୍କ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ ବିଧାୟକ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଲିର ଶୁଭ ଉଦଘାଟନ କରିଥିଲେ ।

ଆଜି ଅପରାହ୍ନ ୩.୩୦ରୁ ଆରମ୍ଭ ହୋଇଥିବା ଉଦଘାଟନୀ ସମାରୋହରେ ଧର୍ମଗଡ ବିଧାୟକଙ୍କ ସହ  ଈଶ୍ୱର ଚନ୍ଦ୍ର ମାଝୀ ବିଇଓ କୋକସରା , ଶ୍ରୀମତୀ ସୁଧାଂଶୁ ଵାଲା ଦେବୀ ଜିଲ୍ଲା କମିସନର , ମହେନ୍ଦ୍ର କୁମାର ପଣ୍ଡା ଜିଲ୍ଲା ସେକ୍ରେଟାରୀ ,  ସିମାଞ୍ଚଲ ଦାସ ଇନ୍ଦ୍ରାବତୀ ହାଇସ୍କୁଲ ପ୍ରଧାନ ଶିକ୍ଷକ , ତ୍ରିନାଥ ଠାକୁର ଟ୍ରେନର୍ କ୍ୟାମ୍ପ ଡାଇରେକଟର , ଅଶୋକ କୁମାର ଦାସ  କୋକସରା ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୂଖ ମଞ୍ଚାସିନ ହୋଇ ସ୍କାଉଟସ ଓ ଗାଇଡସ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ବର୍ତମାନ ପ୍ରଥମ ଅଧୀବେଶନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ।

ସାଂଧ୍ୟ ଅଧୀବେସନ ୮.୩୦ରେ ଆରମ୍ଭ ହେବ ଏଥିରେ ମୂଖ୍ୟ ଅତିଥି ଭାବେ ପୂର୍ବ-ସ୍କାଉଟସ ରେଞ୍ଜର ଜୁନାଗଡ ଲକ୍ଷ୍ମଣ ଶବର , ପୂର୍ବତନ ପ୍ରଧାନ ଶିକ୍ଷକ ବିପିନ ବିହାରୀ ମୁଣ୍ଡ , ରେଙ୍ଗାଲପାଲି ସରପଞ୍ଚ ବିନୋଦ ପାଣିଗ୍ରାହୀ , ମୋଟେର ସରପଞ୍ଚ ଇଂ ସୁଶୀଲ କୁମାର ଶବର , କୋକସରା ଏବିଇଓ ତୋଫାନ ମାଝୀ , ସହ ଶିକ୍ଷକ ସୁମନ୍ତ ପଟ୍ଟଯୋଶୀ ପ୍ରମୂଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଫାୟାର୍ କ୍ୟାମ୍ପ ହେବ ବୋଲି ଜଣାପଡିଛି ।

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ ଓଡିଆ ବାର୍ତା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.