ଆରଡ଼ି ବିଭାଗର ଦୃଷ୍ଟି ପଡୁନି : ଜୋଲକୋ-କାଣ୍ଡେଲ ରାସ୍ତା ମରଣଯନ୍ତା 

 

କେସିଙ୍ଗା,୨୮/୧୧:

କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଲଇତରା ପଂଚାୟତ ଜାତୀୟ ରାଜପଥ ୨୬, ଜୋଲକୋ ଗାଁ ଛକ ରାସ୍ତା ଠାରୁ କାଣ୍ଡେଲ ପଂଚାୟତ ଅଞ୍ଚଳ ପର୍ଯ୍ୟନ୍ତ ଯାଇଥିବା ଆରଡ଼ି ରାସ୍ତାଟି ଦୀର୍ଘଦିନ ଧରି ଗମନାଗମନ ପାଇଁ ଅନୁପଯୁକ୍ତ ହୋଇପଡିଛି । ଆରଡ଼ି ବିଭାଗ ପକ୍ଷରୁ ମରାମତି କରାନଯିବାରୁ ବର୍ତମାନ ଏହି ରାସ୍ତା ମରଣଯନ୍ତା ପାଲଟିଥିବା ଅଞ୍ଚଳର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ମତେ ଏହି ରାସ୍ତା ପ୍ରତି ଅନେକ ଥର ଅଞ୍ଚଳବାସୀ ସମ୍ପୃକ୍ତ ବିଭାଗ ଠାରେ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ସୁଫଳ ମିଳିପାରୁ ନାହିଁ । ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି ।

ଅନ୍ୟପଟେ ପୂର୍ବରୁ ଅନେକ ଖବରକାଗଜ ମାନଙ୍କରେ ପ୍ରକାଶିତ ହୋଇଥିଲେ ବି କୌଣସି ବିଭାଗ ପକ୍ଷରୁ ଠୋସ ପଦକ୍ଷେପ ନିଆଯାଉନାହିଁ । ପ୍ରତ୍ୟେକ ଦିନ ଏହି ରାସ୍ତାରେ ଶହ ଶହ ଲୋକେ ସାଇକେଲ ଠାରୁ ଆରମ୍ଭ କରି ଛୋଟ ବଡ ଯାନ ଯିବାଆସିବା କରିଥାଏ । କିନ୍ତୁ ରାସ୍ତା ଏଭଳି ଥିବାରୁ ଅନେକ ସମୟରେ ଦୁର୍ଘଟଣା ମାନ ଘଟୁଥିବା ନଜିର ରହିଛି । ବିଶେଷ କରି ଏହି ରାସ୍ତାରେ ସ୍କୁଲର ଛାତ୍ରଛାତ୍ରୀ ମାନେ ଯାଆସ ବେଳେ ଘୋର ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । ଆଗାମୀ ଦିନରେ ଏହି ରାସ୍ତାଟିକୁ ସମ୍ପୃକ୍ତ ବିଭାଗ ନୂତନ ଭାବେ ମରାମତି ନ କଲେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି ।

କେସିଙ୍ଗାରୁ ବଳରାମ ନାଏକଙ୍କ ରିପୋର୍ଟ ଓଡିଆ ବାର୍ତ୍ତା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.