ମଧ୍ୟପ୍ରଦେଶରେ ୭୫% ମତଦାନ

ଭୋପାଳ,୨୮/୧୧: ମଧ୍ୟପ୍ରଦେଶ ବିଧାନସଭା ପାଇଁ ଭୋଟ ଗ୍ରହଣ ଆଜି ଅପରାହ୍ଣରେ ଶେଷ ହୋଇଛି। ଏଥିରେ ରାଜ୍ୟର ୭୫ ପ୍ରତିଶତ ମତଦାତା ମତଦାନ କରିଛନ୍ତି। ୨୩୦ଟି ବିଧାନସଭା ଆସନ ମଧ୍ୟରୁ ୨୨୭ ଆସନ ପାଇଁ ସକାଳ ୮ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିବା ବେଳେ ନକ୍ସଲ ଅଧ୍ୟୁଷିତ ଅଞ୍ଚଳ ମଧ୍ୟରେ ରହି ଯାଇଥିବା ତିନିଟି ବିଧାନସଭା କ୍ଷେତ୍ର- ଲାଞ୍ଜି, ପରାଶଓ୍ଵାଡ଼ା ଓ ବାଇହାର-ରେ ସକାଳ ୭ଟା ଠାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମତଗ୍ରହଣ କରା ଯାଇଥିଲା। ମତଗ୍ରହଣକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ରାଜ୍ୟରେ ୧.୮ ଲକ୍ଷ ସୁରକ୍ଷା କର୍ମୀ ମୁତୟନ ହୋଇଥିଲେ।୨୦୧୩ ଅପେକ୍ଷା ୨୦୧୮ ନିର୍ବାଚନରେ ରାଜ୍ୟରେ ମତଦାନ ହାର ଅଧିକ ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.