ବେଦାନ୍ତ ପକ୍ଷରୁ ଲାଞ୍ଜିଗଡ଼ରେ ବିଶ୍ୱ ପରିବେଶ ଦିବସ ପାଳନ

ଲାଞ୍ଜିଗଡ଼,୫/୬ : ବେଦାନ୍ତ ଆଲୁମିନିୟମ ଲାଞ୍ଜିଗଡ଼ ୟୁନିଟ ଦ୍ୱାରା ୫ ଜୁନରୁ ୧୨ ଜୁନ ୨୦୧୯ ପର୍ଯ୍ୟନ୍ତ ୭ ଦିନ ଧରି ବିଶ୍ୱ ପରିବେଶ ସପ୍ତାହ ପାଳନ କରିବ । ଆଜି (ଜୁନ ୫) ବିଶ୍ୱ ପରିବେଶ ଦିବସ ଅବସରରେ ବେଦାନ୍ତ କର୍ମଚାରି ଏବଂ ବେଦାନ୍ତ ମେଡ଼ିକାଲ କର୍ମଚାରୀଙ୍କ ମିଳିତ ସହଯୋଗରେ ଆଖପାଖ ଗ୍ରାମ ମାନଙ୍କରେ ଚାରା ରୋପଣ କରାଯାଇଥିଲା । ବେଦାନ୍ତର ୩୬ଟି ଶିଶୁ କଲ୍ୟାଣ କେନ୍ଦ୍ରରେ ସାମୂହିକ ଚାରା ବଣ୍ଟନ ସହିତ ଏକ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ନିୟମଗିରି ବେଦାନ୍ତ ନଗର କଲୋନୀ, ବସନ୍ତପଡ଼ା, କେନ୍ଦୁବାଡ଼ି, ହରେକୃଷ୍ଣପୁର, ଚଣାଲିମା, କାଶିବାଡ଼ି, ଯୋଡ଼ାବନ୍ଧ, ଚନ୍ଦନପୁର ତଥା ପୁରୁଣା ଆମ୍ବଦୋଳା ସ୍ଥିତ ୧୦ଟି ଶିଶୁ କଲ୍ୟାଣ କେନ୍ଦ୍ରରେ ସମୁଦାୟ ୧୮୦୦ ଚାରା ରୋପଣ କରାଯାଇ ଏହା ସମ୍ପୂର୍ଣ୍ଣ ବୃକ୍ଷ ହେବା ପର୍ଯ୍ୟନ୍ତ ଏହାର ଯତ୍ନ ନେବା ପାଇଁ ବଜ୍ର ଶପଥ ନିଆଯାଇଥିଲା ।

“୫ ଲକ୍ଷରୁ ଅଧିକ ବୃକ୍ଷ ରୋପଣ କରି ବେଦାନ୍ତ ଏକ ସବୁଜ ବଳୟ ସୃଷ୍ଟି କରିପାରିଛି” ରାହୁଲ ଶର୍ମା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବେଦାନ୍ତ ଆଲୁମିନା  

ଏହି ଅବସରରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବେଦାନ୍ତ ଆଲୁମିନା ବିଜିନେସ୍ ଶ୍ରୀଯୁକ୍ତ ରାହୁଲ ଶର୍ମା କହିଲେ – “ବେଦାନ୍ତ ଏହାର ସାମାଜିକ ଦାୟିତ୍ୱବୋଧ, ନୈତିକତା ତଥା ପରିବେଶ ଉପଯୋଗୀର ମନ୍ତ୍ରକୁ ପାଥେୟ କରି, କାର୍ଯ୍ୟ ପରିସର ତଥା ଏହାର ଚତୁଃପାଶ୍ୱର୍ରେ ଥିବା ସମସ୍ତଙ୍କୁ ଗୁଣବତା ପ୍ରଦାନ ପାଇଁ ସବୁବେଳେ ପ୍ରତିଶ୍ରୁତିବଦ୍ଧ । ପ୍ରମୁଖ ଉତ୍ସ ଯଥା ଜଳ ଏବଂ ଶକ୍ତି ତଥା ଶତକଡ଼ା ୩୩ ଭାଗ ଅର୍ଥାତ୍ ୫ ଲକ୍ଷରୁ ଅଧିକ ବୃକ୍ଷ ରୋପଣ ପୂର୍ବକ ଏକ ସବୁଜ ବଳୟ ସୃଷ୍ଟି କରି ବେଦାନ୍ତ ଲାଞ୍ଜିଗଡ଼ ସବୁବେଳେ ପାରିପାର୍ଶ୍ବିକ ସବୁଜ କ୍ଷେତ୍ରର ସୁରକ୍ଷା ପାଇଁ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇପାରିଛି ।”

ଚଳିତ ବର୍ଷ ବାୟୁ ପ୍ରଦୂଷଣ ନିୟନ୍ତ୍ରଣର ସ୍ଲୋଗାନ ସହିତ ସାମିଲହୋଇ ସାମୂହିକ ବୃକ୍ଷ ରୋପଣ ତଥା ଚାରା ବଂଟନ ବେଦାନ୍ତର ପ୍ରମୁଖ ଲକ୍ଷ୍ୟ

୨୦୧୯ ର ମୁଖ୍ୟ ବିଷୟବସ୍ତୁ “ବାୟୁ ପ୍ରଦୂଷଣ ନିୟନ୍ତ୍ରଣ”କୁ ବହୁମୁଖୀ କରାଇବା ଲକ୍ଷ୍ୟ ନେଇ ବେଦାନ୍ତ ସାମୂହିକ ବୃକ୍ଷରୋପଣ, ଚାରା ବଣ୍ଟନ ତଥା ଏ ସମ୍ପର୍କିତ ଶିକ୍ଷା ପ୍ରଦାନ ସହିତ ଅନ୍ୟାନ୍ୟ ପ୍ରତିଯୋଗିତା, ବିଭିନ୍ନ ଗୋଷ୍ଠୀ ତଥା ଏହାର କର୍ମଚାରୀ ମଧ୍ୟରେ ଆୟୋଜନ କରିବା ପାଇଁ ଲକ୍ଷ୍ୟ ରଖିଛି । ଏଥିରେ ବେଦାନ୍ତ କର୍ମଚାରୀ, ସେମାନଙ୍କର ପରିବାର, ସହଯୋଗୀ, ବନ୍ଧୁ ତଥା ସ୍ଥାନୀୟ ସଙ୍ଗଠନମାନଙ୍କୁ ସାମିଲ କରାଯିବ । ସପ୍ତାହ ବ୍ୟାପୀ ଏହି ପାଳନରେ ବେଦାନ୍ତ ମେଡ଼ିକାଲ କର୍ମଚାରୀ ତଥା ଆଖପାଖ ଗ୍ରାମର ଜନସାଧାରଣ ସକ୍ରିୟ ଅଂଶ ଗ୍ରହଣ କରି ବେଦାନ୍ତର ଏଭଳି ଏକ ବିଶ୍ୱସ୍ତରୀୟ ଆହ୍ୱାନକୁ ସଫଳ କରାଇପାରିଛନ୍ତି ।

 

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗଙ୍କ ରିପୋର୍ଟ odiabarta.in

ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇ‌‌ବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.