ସ୍ନିଗ୍ଧାରାଣୀ ସିଂହ (ନିକି)
ବିଚରା ହୃଦୟ ଖୋଜୁଛି ଯାହାକୁ କେବେ ସେ ଆସିବ ବୋଲି,
କାଲି କାଲି ବୋଲି ଦିନ ଗଡି ଯାଏ ଆସେନି କେବେ ସେ ଚାଲି ….!
ଏ ମନ ହୃଦୟ ସବୁ ତାକୁ ଦେଇ ହୋଇଛି ତା ପାଖେ ବାନ୍ଧି ,
ଚିରଦିନ ପାଇଁ ତାକୁ ହିଁ ଚାହିଁବ ମୋ ମନ କାନ୍ଦି କାନ୍ଦି ….!
ଜୀବନ ଟା ମୋର ଲୁହ ର ସାଗର ସରୁନି ମୋ ଆଖି ଲୁହ,
ଦିନ ରାତି ଖାଲି ତା କଥା ଭାବେ ସବୁଆଡେ ତା ମୁହଁ…..!
ଭିଜା ଭିଜା ଆଖି ନିଦ ନାହିଁ ସେଠି ଜଗିଛି ତା ବାଟ ଚାହିଁ,
ଖୁସି ଖୋଜି ଖୋଜି ମିଳୁଛି ଦୁଃଖ ଯେ ରହୁଛି ଲୁହ ଝରେଇ …..!
ଭୁଲି ବି ପାରୁନି କେମିତି ତାହାକୁ ମୁଁ ପାଗଳ ପାରୁନି ବୁଝି,
ବୁଝିବ କେବେ ସେ ମୋ ଦୁଃଖ ଯନ୍ତ୍ରଣା ଆସିବ ମତେ ସେ ଖୋଜି….!
କର୍ଲାପାଟ, ଥିଆମୂଲ ରାମପୁର, କଳାହାଣ୍ଡି
ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ