ଆଉ ଚଳିବନି ଆପଣଙ୍କ ଡିଏଲ୍

ସରକାର ବର୍ତ୍ତମାନ ବ୍ୟବହାର କରାଯାଉଥିବା ନାମିନେଡେଟ୍ ଡିଏଲ୍ (ଡ୍ରାଇଭିଂ ଲାଇସେନ୍ସ) ବ୍ୟବହାର ବନ୍ଦ କରିବାକୁ ଯାଉଛନ୍ତି । ଆଗକୁ ନୂଆ ଡ୍ରାଇଭିଂ ଲାଇସେନ୍ସରେ ଏକ କ୍ୟୁଆର୍ କୋଡ ଛପାଯିବ । ଯେଉଁଥିରେ ଉଭୟ ଗାଡି ଏବଂ ଲାଇସେନ୍ସଧାରକଙ୍କର ସମସ୍ତ ସୂଚନା ରହିବ। ଏଥିସହିତ ପ୍ରଦ୍ୟୁଷଣ ଏବଂ ଇନସ୍ୟୁରାନ୍ସର ସମସ୍ତ ଅପଡେଟ ଡିଟେଲ୍ ମଧ୍ୟ ରହିବ ।

ଏଣିକି କ୍ୟୁଆର୍ କୋଡରୁ ହିଁ ଗାଡି ଚାଳକଙ୍କ ସହିତ ଗାଡି ସଂପର୍କିତ ସମସ୍ତ ତଥ୍ୟ ବି କେନ୍ଦ୍ରୀୟ ଡାଟାବେସରେ ସୁରକ୍ଷିତ ରହିବ । ଟ୍ରାଫିକ ପୁଲିସକୁ କେବଳ କ୍ୟୁଆର କୋଡ ସ୍କାନ କରିବାକୁ ପଡିବ ଏବଂ ଗାଡି ଚାଳକଙ୍କ ସମସ୍ତ ଡିଟେଲ ମୁହୂର୍ତ୍ତକ ମଧ୍ୟରେ ତାଙ୍କ ସ୍ମାର୍ଟଫୋନର ସ୍କ୍ରିନରେ ଚାଲିଆସିବ । ସେହିପରି ଦସ୍ତାବିଜରେ କୌଣସି ପ୍ରକାରର ଗଡବଡି ଥିବା ବ୍ୟକ୍ତି ତୁରନ୍ତ ଧରାପଡିଯିବେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.