ମାତ୍ର ୫ ଟଙ୍କା ଖର୍ଚ୍ଚ କରି ମୋଦୀଙ୍କୁ ଭେଟନ୍ତୁ

ନୂଆଦିଲ୍ଲୀ, ୨୯/୧୧: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ କେବେ ସ୍ବପ୍ନ ଦେଖିଛନ୍ତି କି? ଏବେ ଆପଣଙ୍କ ସ୍ବପ୍ନ ସତ ହେବାକୁ ଯାଉଛି। ତାହା ପୁଣି ମାତ୍ର ପାଞ୍ଚ ଟଙ୍କାରେ।

ଏଥିପାଇଁ ଆପଣଙ୍କୁ ନମୋ ଆପ୍‌କୁ ଯାଇ ଭାଜପାକୁ ଡୋନେଶନ୍‌ ଦେବାକୁ ପଡିବ। ଆପଣ ଏଥିରେ ୫ଟଙ୍କାରୁ ୧ହଜାର ପର୍ଯ୍ୟନ୍ତ ଦେଇପାରିବେ। ଏହାପରେ ମୋଦିଙ୍କୁ ଦେଖାକରିବାକୁ ଏକ ସର୍ତ୍ତ ରଖାଯିବ। ଡୋନେଶନ ଦେବା ପରେ ଆପଣଙ୍କୁ ଏକ ରେଫରାଲ କୋଡ ଦିଆଯିବ। ଏହି କୋଡକୁ ଶହେ ଜଣଙ୍କୁ ଶେୟାର କରିବାକୁ ପଡିବ। ଯଦି ସେହି ଶହେ ଜଣ ରେଫରାଲ କୋଡ ଜରିଆରେ ଭାଜପାକୁ ଡୋନେଶନ ଦେବେ, ତେବେ ଆପଣ ମୋଦିଙ୍କୁ ସାକ୍ଷାତ କରିବାର ସୁଯୋଗ ପାଇପାରିବେ। ଯଦି ଏହି ରେଫରାଲ କୋଡକୁ ଅତିକମରେ ୧୦ ଜଣ ଲୋକ ବ୍ୟବହାର କରିବେ ତେବେ ମଧ୍ୟ ଆପଣଙ୍କୁ କିଛି ଉପହାର ମିଳିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.