ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଜୁନାଗଡ ଠାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ଜୁନାଗଡ,୧୦/୬ : ଓଡିଶା ସରକାରଙ୍କ ଶକ୍ତି, ଶିଳ୍ପ ଓ ଏମଏସଏମଇ ମନ୍ତ୍ରୀ (ରାଷ୍ଟ୍ର ପାହ୍ୟା) କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଜୁନାଗଡ ଠାରେ ଭବ୍ୟ ସ୍ବାଗତ ସମ୍ବର୍ଧନା ଜ୍ଞାପନ କରାଯାଇଛି । ରବିବାର ସନ୍ଧ୍ୟାରେ ଜୁନାଗଡ଼ ନାଗରିକ କମିଟି ତରଫରୁ ଏଥିପାଇଁ ଏକ ସ୍ବତନ୍ତ୍ର ସମାରୋହର ଆୟୋଜନ କାଯାଇଥିଲା ।

ଜୁନାଗଡ ମାଟିରୁ ବିଜୟୀ ହୋଇ ଓଡିଶା ସରକାରଙ୍କ ଶକ୍ତି ଓ ଶିଳ୍ପ ପରି ଗୁରୁତ୍ବପୂର୍ଣ୍ଣ ବିଭାଗରେ ସ୍ଥାନ ପାଇଥିବାରୁ ଜୁନାଗଡବାସୀଙ୍କ ତରଫରୁ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି ଏହାସହ ଜୁନାଗଡ ବିଧାୟକ ତଥା ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସମ୍ବର୍ଦ୍ଧନାର ଉତ୍ତରରେ ଜୁନାଗଡ ନିର୍ବାଚନ ମଣ୍ଡଳୀ ତଥା କଳାହାଣ୍ଡିବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି କ୍ୟାପଟେନ ମିଶ୍ର ।

ପ୍ରଥମେ ଜୁନାଗଡର ଅଧିଷ୍ଠାତ୍ରୀ ଦେବୀ  ମାଁ ଲଙ୍କେଶ୍ୱରୀଙ୍କ ପାଖରେ ପୂଜାର୍ଚ୍ଚନା କରିବାପରେ କ୍ୟାପଟେନ ଜନତାଙ୍କ ସହ ନଗର ପରିକ୍ରମା କରି ମଞ୍ଚରେ ପହଞ୍ଚିଥିଲେ । ଜୁନାଗଡ଼ବାସୀ ସେମାନଙ୍କ ପ୍ରିୟ ବିଧାୟକ ତଥା ମନ୍ତ୍ରୀଙ୍କୁ ପ୍ରତ୍ୟେକ ଛକରେ ସମ୍ବର୍ଦ୍ଧନା ଦେଇଥିଲେ । ହେମନ୍ତ ପ୍ରଧାନ ମଞ୍ଚ ପରିଚାଳନା କରିଥିବାବେଳେ ସହରର ବିଭିନ୍ନ ଅନୁଷ୍ଠାନ, ସଂଘ, ସମିତି ତରଫରୁ ମନ୍ତ୍ରୀ ମହୋଦୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । 

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.