ପୁରୁଷ ହକି ବିଶ୍ବକପ୍ ର ଉଦଜାପନୀ ଉତ୍ସବକୁ ରଂଗୀନ କରିବାକୁ ଯୋଜନା : ଅମିତାଭ ଓ ସଚିନ ଯୋଗଦେବା ନେଇ ଚର୍ଚା

ଭୂବନେଶ୍ବର,୩୦/୧୧:

କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁରୁଷ ହକି ବିଶ୍ୱକପ୍‌ ୨୦୧୮ର ଉଦଜାପନୀ ସମାରୋହରେ ବଲିଉଡ ସେଲିବ୍ରେଟି ବିଗ୍ ବି ଅମିତାଭ ବଚ୍ଚନ ଓ କିମ୍ବଦନ୍ତି କ୍ରିକେଟିୟର ସଚିନ ତେନ୍ଦୁଲକର ଯୋଗଦେବେ ବୋଲି ଚର୍ଚା ଆଲୋଚନା ଯୋର ଧରିଛି । ଉଦ୍‌ଘାଟନୀ ସମାରୋହ ଠାରୁ ଉଦ୍‌ଯାପନୀ ଉତ୍ସବକୁ ଆହୁରି ଆକର୍ଷଣୀୟ କରିବାକୁ ଆୟୋଜକ ପ୍ରସ୍ତୁତ ହେଉଥିବା ଖବର ମିଲିଛି । ନେଇ  ଏ ନେଇ କ୍ରୀଡ଼ା ବିଭାଗ ତରଫରୁ ସ୍ପଷ୍ଟ କରାଯାଇ ନଥିଲେ ମଧ୍ୟ ଅମିତାଭ ବଚ୍ଚନ ଓ ସଚିନ ତେନ୍ଦୁଲକର ଏଥିରେ ଯୋଗଦେବା ନେଇ ଶୁଣିବାକୁ ମିଳିଛି । ବିଶେଷ ସୂତ୍ରରୁ ସୂଚନା ମୁତାବକ, ପୁରଷ ହକି ବିଶ୍ବକପ୍ ର ଉଦଜାପନୀ ସମାରୋହରେ ଯୋଗ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅମିତାଭ ବଚ୍ଚନ , ସଚିନ ତେନ୍ଦୁଲକର , ସୌରଭ ଗାଙ୍ଗୁଲି , ରାହୁଲ ଦ୍ରାଭିଡ , ଆମିର ଖାନ୍‌ ଆଦିଙ୍କୁ ଚିଠି ଦିଆଯାଇଛି । ଏ ପର୍ଯ୍ୟନ୍ତ ସେମାନଙ୍କଠାରୁ କୌଣସି ଉତ୍ତର ଆସି ନ ଥିଲେ ମଧ୍ୟ ଅମିତାଭ ଓ ସଚିନ ଯୋଗଦେବାର ଅଧୀକ ସମ୍ଭାବନା ରହିଛି ।  ପୂର୍ବରୁ ଅମିତାଭ ବଚ୍ଚନଙ୍କ ‘କୌନ୍‌ ବନେଗା କରୋଡ୍‌ପତି’ ରେ ହକି ବିଶ୍ୱକପ୍‌ – ୨୦୧୮କୁ ନେଇ ଏକ ସ୍ବତନ୍ତ୍ର ଅଧ୍ୟାୟର ଆୟୋଜନ କରାଯାଇଥିଲା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଗ୍ ବି ଅମିତାଭଙ୍କୁ ହକି ବିଶ୍ୱକପ୍‌ରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.