ଭାତୃତ୍ୱ ଓ ଏକତାର ଗାଁ ମସ୍କାଦାଣ୍ଡି : ରଜ ମଉଜରେ ବିଭୋର ଗ୍ରାମବାସୀ

କଳାହାଣ୍ଡି,୧୬/୬ (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମସ୍କାଦାଣ୍ଡି ଗାଁରେ ପାଳିତ ହେଉଛି ଋଜ ପର୍ବ । ପଶ୍ଚିମ ଓଡ଼ିଶାରେ ରଜର ପ୍ରଭାବ ବିଶେଷ ଭାବରେ ନଥିଲେ ବି ମସ୍କାଦାଣ୍ଡି ଗାଁରେ ଏହି ପର୍ବ ଧୂମଧାମରେ ପାଳନ କରାଯାଉଛି । ଗାଁର ନିର୍ଦ୍ଧିଷ୍ଟ ଏକ ସ୍ଥାନରେ ଦୋଳି କରାଯିବା ସହ ସେହିସ୍ଥାନରେ ଗାଁର ଝିଅ,ବୋହୁଙ୍କ ସମେତ ସମସ୍ତ ଜନସାଧାରଣ ଏକତ୍ରୀତ ହେଇ ରଜଦୋଳି ଖେଳିବା ସହ ରଜପାନର ମଜା ଉଠାଉଛନ୍ତି । ସେହିଭଳି ପୁରୁଷମାନେ ମଧ୍ୟ ବିଭିନ୍ନ ଖେଳରେ ମାତିରହିଛନ୍ତି । ଟୀପା, ଚନ୍ଦନରେ ସୁସଜ୍ଜିତ ହେଇ ଝିଅ, ବୋହୂମାନେ ଏକ କ୍ଷୁଦ୍ର ଗ୍ରାମ ମସ୍କାଦାଣ୍ଡିକୁ ରଙ୍ଗୀନ କରିଦେଇଥିବାବେଳେ ଆନନ୍ଦ ଉଲ୍ଲାସରେ ପାଳିତ ହେଉଥିବା ଜଣାଯାଇଛି । ଏଠାରେ ଉଲ୍ଲେଖଥାଉ କି, ପଶ୍ଛିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ଏହି ଗାଁର ଜନସାଧାରଣ ଏକାଠୀ ଖାଇବା ସହ ଦୁଇଦିନ ଧରି ବିଭିନ୍ନ କାଯ୍ୟର୍କମ୍ର କରିଥାନ୍ତି । ଗାଁର ସଚେତନ ଯୁବକମାନଙ୍କ ଉଦ୍ୟମରେ ଏହି ଗାଁରେ ଏମିତି ପରିବେଶ ସୃଷ୍ଟି ହେଇଛି କି,ଏହି ଗାଁକୁ ନିଶା ଦ୍ରବ୍ୟ ପ୍ରବେଶ କରିପାରେନାହିଁ କି କୌଣସି ଦୋକାନରେ ବିକ୍ରୀ ହୁଏ ନାହିଁ । ନିଆରା ଗାଁ ମସ୍କାଦାଣ୍ଡି ବର୍ଷର ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଗାଁରେ ଏକତା ଓ ଭାତୃଭାବ ବଜାୟ ରଖିପାରିଥିବାରୁ ସମସ୍ତଙ୍କ ପାଇଁ ଏକ ଆଦର୍ଶ ଗ୍ରାମର ମାନ୍ୟତା ପାଇଛି ଏହି ମସ୍କାଦାଣ୍ଡି ଗାଁ ।

 

For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.