ବଳରାମ ତରେଇଙ୍କ ବିଚାର : ବିଶ୍ବ ପିତୃ ଦିବସ

ସନ୍ତାନ ଯଦି ମା’ଙ୍କ ଠାରୁ ସଂସ୍କାର ଶିଖେ ତେବେ ଦୁନିଆରେ କିଭଳି ନିଜକୁ ସଫଳ କରିବା ପାଇଁ କଠିନ ପରିଶ୍ରମ ଏବଂ ଚଳିବା ପାଇଁ ଉପଯୁକ୍ତ ଜ୍ଞାନ ରହିବା ଆବଶ୍ୟକ ତାହା ପିତାଙ୍କ ଠାରୁ ଅବା କିଏ ଭଲରେ ବୁଝାଇପାରିବ । ଅବଶ୍ୟ ମା’ ଦଶ ମାସ ଦଶ ଦିନ ଗର୍ଭରେ ଧରି ସନ୍ତାନକୁ ଜନ୍ମ ଦେଇଥାନ୍ତି । କିନ୍ତୁ ଜନ୍ମ ହେବା ପରେ ସନ୍ତାନର ପ୍ରତିଟି ପଦକ୍ଷେପରେ ଯାହାଙ୍କ ନଜର ରହିଥାଏ ସେ ହେଉଛନ୍ତି ବାପା ।

ପିତା ଆମକୁ ଲାଳନ ପାଳନ ତାଙ୍କର ପାଇଁ ଦୁନିଆ ଦାଣ୍ଡରେ ହାତ ଧରି ବାଟ ଚାଲିବ ଶିକ୍ଷା ଦେଇ ଥାନ୍ତି।ଆମ ପରିଚୟ ଦିଅନ୍ତି ପିତା ଯାହାର ଦୁନିଆରେ ପିତା ତାର ନାଆଁ ନାହିଁ । ପିତା ହି ଏକମାତ୍ର ଆମର ଦେବତା। ସନ୍ତାନ ପାଇଁ ପ୍ରଥମ ପ୍ରେରଣାସ୍ତୋତ୍ର ,ସୁରକ୍ଷାକବଚ, ଆତ୍ମବିଶ୍ୱାସର ବାହକ ହେଉଛନ୍ତି ପିତା । କିନ୍ତୁ ଅଭିଭାବକଙ୍କ ମହିମା ବଖାଣିବାରେ ମା’ଙ୍କ ସ୍ଥାନ ପ୍ରଥମେ ନିଆ ଯାଉଥିବା ବେଳେ ବାପାଙ୍କ ନାମ ପଛରେ ରହିଯାଉଛି । ଦୁନିଆକୁ ଆମୁକୁ ଯେ ଆଣିଲେ ଆଜି ସେ ପଛରେ ରହିଛନ୍ତି। କିନ୍ତୁ ଏଥିରେ ମଧ୍ୟ ବାପାଙ୍କ ତିଳେମାତ୍ର କ୍ଷୋଭ ନଥାଏ । କେବେ ସେ ରାଗିବେ ନାହିଁ ଭୁଲୁ କଲେ ଆମକୁ ଶିକ୍ଷା ଦିଅନ୍ତି।

 

ହେ ଦୁନିଆ କେବେ ବାପାଙ୍କ କାନ୍ଦଣା ଦେଖିଛ କେବେ ବାପାଙ୍କ ଆଭିମାନ ରାଗ ରୁଷା ଦେଖିଛ। ଯେତେ କଷ୍ଟ ହେଲେ ସେ ଛାତି କୁ ପଥର କରି ସହିନେବେ। ମା’ ଯେଉଁଠି ସନ୍ତାନର ଟିକେ କ୍ଷତରେ କାନ୍ଦି ନିଜ ଦୁଃଖ ଜାହିର କରିଦିଅନ୍ତି ।ମା ରାଗିପାରେ ଅଭିମାନ କରେ କାନ୍ଦି ପକାଏ କିନ୍ତୁ ପିତା ନିଜ ମଧ୍ୟରେ ଦୁଃଖ ରଖିଲେ ମଧ୍ୟ ପରିବାରକୁ ସମ୍ଭାଳିବାକୁ ଯାଇ ଶକ୍ତର ପରିଚୟ ଦେଇଥାନ୍ତି । ହେଲେ ଆମେ ବଡ ହେଲାପରେ ବାହାଘର ସରିଲେ ବାପାଙ୍କ ଦେହ ଅସମ୍ପୂର୍ଣ୍ଣ ଅସୁସ୍ଥ ହେଲେ ଆମେ ପାଖେ ଟାଇମି ନାହିଁ । ମାଇକିନିଆ କଥାରେ ପଡି ଆମେ ଆମର ଜିବନ୍ତ ଦେବେତା କୁ ନେଇ ବୁଦ୍ଧ ଆଶମ ରେ ଛାଡିଦେଉଛେ । ଆମ ପାଇଁ ଏତେ ସମୟ ଦେଇଥିଲେ ଆଜି ତାଙ୍କୁ ଆମେ ସମୟ ଦେଇପାରୁ ନାହାନ୍ତି । ହଜାରେ ମନ୍ଦିର ନିର୍ମାଣ କଲେ ବା ମନ୍ଦିରଗଲେ ପୂଜା କଲେ କିଛି ଲାଭ ନାହିଁ। ନିଜର ପିତା ମାତାଙ୍କ ସେବାକରେ ସମସ୍ତଙ୍କ ଆଶିବାଦ ମିଳିବ ଏହା ସତ୍ୟ ସତ୍ୟ ତିବାର ସତ୍ୟ । ମୋ ଜୀବନକାଳ ମଧ୍ୟରେ ସନ୍ତାନର ଛାଇ ହୋଇ ରହିଥିବା ପିତାଙ୍କ ଯୋଗଦାନକୁ ସମ୍ମାନ ଦେବାକୁ ଯାଇ ଆମେ ପ୍ରତିବର୍ଷ ଜୁନ୍ ମାସର ତୃତୀୟ ରବିବାରକୁ ବିଶ୍ୱରେ “ବିଶ୍ୱ ପିତୃ ଦିବସ” ରୂପେ ପାଳନ କରାଯାଏ ।

ଚଳିତ ବର୍ଷ ୧୭ ଜୁନ୍ ଅର୍ଥାତ୍ ଆଜିର ଦିନରେ ସମ୍ପୁର୍ଣ୍ଣ ବିଶ୍ୱ ପିତୃ ଦିବସ ପାଳନ କରୁଛି । ପିତାଙ୍କ ବଳିଦାନର ଋଣ କେହି ବି ଶୁଝି ପାରିବେନି କିନ୍ତୁ ପିତାଙ୍କୁ ସମ୍ମାନର ଉପହାର ତ ଦେଇପାରିବେ । ଆଜି ଦୁନିଆର ସବୁ ପିତାଙ୍କ ପାଇଁ ଶ୍ରଦ୍ଧା ଓ ସମ୍ମାନର ଦିନଟିଏ। ଆସନ୍ତୁ ସମସ୍ତେ ମିଶି ଏକ ହେବା ପିତାମାତାଙ୍କ ସେବା କରିବା ମାନବ ସେବା ହି ମାଧବ ସେବା। ପିତାଙ୍କ ସେବା କଲେ ପୁଣ୍ୟ ପୁଣ୍ୟ ଜନ୍ମ ପାଇଁ ଆମେ ଖୁସେରେ ରହିବା ଏହା ସତ୍ୟ । ଇତ୍ୟ ଅବସରରେ ପିତୃ ଦିବସ ପାଇଁ ସମସ୍ତ ପିତାଙ୍କୁ ନିଶିଗନ୍ଧା ପରିବାର ତରଫରୁ ଆଭିନନ୍ଦନ ଅନନ୍ତ କୋଟି ପ୍ରଣାମ ତାଙ୍କ ପାଦ ତଳରେ ।

 

ବଳରାମ ତରେଇ

ନିଶିଗନ୍ଧା ପରିଚାଳନା କମିଟି
ଖୋର୍ଦ୍ଧା ଜିଲ୍ଲା
ମୋ : ୯୯୩୭୦୧୪୬୪୬

For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.