ମହାବନ୍ଦର ଦ୍ଵିତୀୟ ଦିନ, ୧୨ଟି ଟ୍ରେନ ବାତିଲ

ସମ୍ବଲପୁର, ୩୦/୧୧: ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ଦାବିରେ ଚାଲିଥିବା ମହାବନ୍ଦ ପାଳନର ଦ୍ବିତୀୟ ଦିନରେ ବି ଆନ୍ଦୋଳନ ଜାରି ରହିଛି। ସମ୍ବଲପୁର ଓ ହୀରାକୁଦରେ ରେଳରୋକ ଯୋଗୁଁ ରେଳ ବିଭାଗ ପକ୍ଷରୁ ଶୁକ୍ରବାର ୧୨ଟି ଟ୍ରେନକୁ ବାତିଲ କରାଯାଇଛି। ବାତିଲ କରାଯାଇଥିବା ଟ୍ରେନଗୁଡ଼ିକ ହେଲା- ସମ୍ବଲପୁର-ରାୟଗଡ଼ା ଏକ୍ସପ୍ରେସ, ସମ୍ବଲପୁର-ଝାରସୁଗୁଡ଼ା ପାସେଞ୍ଜର, ସମ୍ବଲପୁର-ପୁରୀ, ଭୁବନେଶ୍ୱର-ବଲାଙ୍ଗିର ଇଣ୍ଟରସିଟି, ସମ୍ବଲପୁର-କୋରାପୁଟ, ସମ୍ବଲପୁର-ଜୁନାଗଡ଼ ରୋଡ ପାସେଞ୍ଜର, ସମ୍ବଲପୁର-ଜାମ୍ମୁ ଏକ୍ସପ୍ରେସ, ସମ୍ବଲପୁର-ଝାରସୁୁଗୁଡ଼ା ପାସେଞ୍ଜର, ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି, ରାଉରକେଲା- ସମ୍ବଲପୁର ପାସେଞ୍ଜର, ଟିଟିଲାଗଡ଼-ବିଳାସପୁର ପାସେଞ୍ଜର ଓ ରାଉରକେଲା-କୋରାପୁଟ ଏକ୍ସପ୍ରେସ। ଏଥିସହ ଦୋକାନ ବଜାର, ଅଫିସ, କୋର୍ଟ କଚେରି ବନ୍ଦ ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.