କୋକସରା : ଅତିଷ୍ଟ କରୁଛି ମନଇଚ୍ଛା ବିଦ୍ୟୁତ କାଟ, ଅସ୍ତବ୍ୟସ୍ଥ ଜନଜୀବନ

କୋକସରା,୧୮/୬, କଳାହାଣ୍ଡି ଜିଲ୍ଲା କୋକସରା ଅଂଚଳରେ ବିଦ୍ୟୁତ୍ ସମସ୍ୟା ଏବେ ନିତିଦିନିଆ ଘଟଣା ହୋଇଗଲାଣି । ଯେପରି ଭାବରେ କୋକସରା ଅଂଚଳରେ ବିଦ୍ୟୁତ କାଟ ଲାଗି ରହିଛି, ତାହାକୁ ଦେଖିଲେ ବ୍ଲକର କାଶିବାହାଲ, ଚିକିଲି, ଗତାବନ୍ଦ, ମାଝିଗୁଡା, ମହିମା, ଡୁଡୁକାଠେଙ୍ଗା, ଖଲିଗଡ, ଆମପାଣି, ବଡପୋଡାଗୁଡା ଆଦି ଗ୍ରାମରେ ବୋଧହୁଏ ବିଦ୍ୟୁତ ସମସ୍ୟା କେବେ ସମାଧାନ ହୋଇପାରିବ ନାହିଁ । ସାମାନ୍ୟ ଝଡ ପବନ ହେଲେ ଘଣ୍ଟାଘଣ୍ଟା ଧରି ବିଦ୍ୟୁତ ସେବା ମିଲିପାରୁନଥିବା ବେଳେ ଦିନବେଲେ ମଧ୍ୟ ବାରମ୍ବାର ବିଦ୍ୟୁତ କାଟ ହେଉଛି ।

ଅନ୍ୟପକ୍ଷେ ଅଂଚଳରେ ଗ୍ରୀଷ୍ମ ପ୍ରଭାବ ଯାରିରହିଥିବା ବେଳେ ଲୋକେ ଗରମରୁ ସାମାନ୍ୟ ଅସୁସ୍ଥିପାଇଁ ପବନର ସାହାର ଖୋଜୁଥିବା ସମୟରେ ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ଜନ ଜୀବନ ଅସହ୍ୟ ହୋଇପଡୁଛନ୍ତି । ପ୍ରତିଦିନ ବିଭାଗ ପକ୍ଷରୁ ସନ୍ଧ୍ୟା ୮ ଟା ୧୦ ମିନିଟ ସମୟରେ ପାୱାରକଟ କରାଯାଇ ୮.୩୦ ମିନିଟରେ ବିଦ୍ୟୁତ ପୁଣି ଦିଆଯାଉଛି । ଏହା ବ୍ୟତିତ ରାତ୍ରି ସମୟରେ ମଧ୍ୟ ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ଲୋକେ ଗରମରେ ଆଉଟୁ ପାଉଟୁ ହେଉଛନ୍ତି । ଏଭଲି ସ୍ଥିତିରେ ବିଭାଗ ପକ୍ଷରୁ ବିଦ୍ୟୁତ ସେବା ଠିକ୍ ଭାବରେ ଯୋଗାଇ ଦେଇ ପାରୁନଥିବା ଯୋଗୁଁ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।

ଦିର୍ଘ ଦିନ ହେବ ଏହି ଅଂଚଳରେ ବିଦ୍ୟୁତ ପୋଲ କିମ୍ବା ବିଦ୍ୟୁତ ତାର ନବିକରଣ ହୋଇନଥିବା ଯୋଗୁଁ ଏଭଲି ସମସ୍ୟା ଜନସାଧାରଣ ଭୋଗୁଛନ୍ତି । ବିଭିନ୍ନ ସମୟରେ ବିଦ୍ୟୁତ ବିଭାଗକୁ ଏସବୁ ସମସ୍ୟା ବିଷୟରେ ଅବଗତ କରାଇଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନେଉନଥିବା ବେଳେ ଏହାର ସ୍ଥାୟୀ ସମାଧାନ କରାନଗେଲେ ସାଧାରଣ ଜୀବନ ଅସହ୍ୟ ହୋଇ ପଡିବ ବୋଲି ସାଧାରଣରେ ଅଭିଯୋଗ ହେଉଛି ।

ଏ ବିଷୟ ରେ କୋକସରା କନିଷ୍ଠ ଯନ୍ତ୍ରୀ ରାଜୀବ ଦଣ୍ଡସେନାଙ୍କ ପ୍ରତିକ୍ରିୟା ନେବାରୁ ରାସ୍ତାରେ ବିଭିନ୍ନ ସମୟରେ ଗଛ ଗୁଡିକ ପଡି ଯିବାରୁ ଓ କିଛି କିଛି ଫିଡ଼ର ମାନଙ୍କରେ ସମସ୍ୟା ଅଛି ଆଉ ଯାହା ବି ରାତିରେ ସମସ୍ୟା ହଉଚି ତାହା ଦିନ ବେଳା ହିଁ ସମାଧାନ କରା ଯାଉଛି ଆଉ ଅଳ୍ପ ଦିନ ଭିତରେ ସବୁ ଫିଡ଼ର ର ସମସ୍ୟା ସମାଧାନ ହେଇ ଯିବ ବୋଲି କହିଥିଲେ ।

 

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.