ଭଦ୍ରକ ୨୯/୧୧ : ବାପା ଘରେ ଲୋକେ ପ୍ରଥମାଷ୍ଟମୀ ଭାରରେ କମ ଟଙ୍କା ଦେବାରୁ ଶ୍ୱଶୁର ଘରେଲୋକେ ବଧୂହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଆରଡ଼ି ଅଂଚଳରୁ । ମୃତକ ହେଉଛନ୍ତି ଆରଡ଼ି ଗାଁର ବିଭୀଷଣ ପଣ୍ଡାଙ୍କ ସ୍ତ୍ରୀ ଧରିତ୍ରୀ ପଣ୍ଡା । ଧରିତ୍ରୀ ତିନି ବର୍ଷ ପୂର୍ବରୁ ଆରଡ଼ିର ବିଭୀଷଣ ପଣ୍ଡାଙ୍କୁ ବିବାହ କରିଥିଲେ । ଗତ ବର୍ଷ ପ୍ରଥମାଷ୍ଟମୀରେ ବାପଘର ତରଫରୁ ୮୦୦ ଟଙ୍କା ଦିଆଯାଇଥିଲା । ହେଲେ ଏଥର ୪୦୦ ଟଙ୍କା ଅଷ୍ଟମୀ ଭାରରେ ଦିଆଯିବାରୁ ଧରିତ୍ରୀଙ୍କୁ ଶାଶୁଘର ଲୋକେ ଗାଳିଗୁଲଜ କରିଥିଲେ । ଧରିତ୍ରୀ ଏ ବାବଦରେ ଫୋନ ଯୋଗେ ବାପଘର ଲୋକଙ୍କୁ ଜଣାଇଥିଲେ । ପରେ ଧରିତ୍ରୀ ଘରେ ଦୌଡ଼ି ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ କହିଛନ୍ତି । ଅନ୍ୟ ପଟେ ଧରିତ୍ରୀଙ୍କୁ ହତ୍ୟା କରି ତାଙ୍କୁ ଟାଙ୍ଗି ଦେଇଥିବା ଧରିତ୍ରୀଙ୍କ ଭାଇ ଅଭିଯୋଗ କରିଛନ୍ତି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ତଦନ୍ତ ଜାରି ରହିଛି ।