ମେଧାବି ଛାତ୍ରଛାତ୍ରୀଙ୍କୁ ଲାପଟପ ବଣ୍ଟନ

କଳାହାଣ୍ଡି,୩୦/୧୧: 

ରାଜ୍ୟ ସରକାରଙ୍କ ବିଜୁ ଯୁବ ସଶକ୍ତକରଣ ଯୋଜନା ମାଧ୍ୟମରେ ଆଜି ଭବାନିପାଟଣା ସ୍ବୟଂ ସାଶିତ ମହାବିଦ୍ୟାଳୟର  ଛାତ୍ର ଛାତ୍ରୀ ମାନଙ୍କୁ ଲାପଟପ୍ ବିତରଣ କରାଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟ ଡଃ ବାବା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ବତନ୍ତ୍ର ସମାରୋହରେ ମୂଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ ଯୋଗଦେଇ ମେଧାବି ଛାତ୍ରଛାତ୍ରୀ ମାନଙ୍କୁ ଲାପଟପ ବଣ୍ଟନ କରିଥିଲେ ।

ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଭବାନିପାଟଣା ବିଧାୟକ ଅନାମ ନାଏକ , ଲାଞ୍ଜିଗଡ ବିଧାୟକ ବଳଭଦ୍ର ମାଝୀ , ମହା ବିଦ୍ୟାଳୟର ଇଂରାଜି ଅଧ୍ୟାପକ ଜୟଦେବ ସାହୁ , ବିଜୁ ଛାତ୍ର ଜନତା ଦଳର କଳାହାଣ୍ଡି ଜିଲ୍ଲା ସଭାପତି ଅବିନାଶ ଠାକୁର , ବିଜେଡି ଏସସି ସେଲ ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ମଣ୍ଟୁ ନାଏକଙ୍କ ସହ ମହା ବିଦ୍ୟାଳୟ ଛାତ୍ର ସଂସଦ ସଭାପତି ଓ କାର୍ଯ୍ୟକର୍ତା ପ୍ରମୂଖ ଉପସ୍ଥିତ ଥିଲେ । ମଞ୍ଚ ପରିଚାଳନା କରିଥିଲେ ଓଡିଆ ବିଭାଗ ଅଧ୍ୟାପିକା ଡଃ ପଲ୍ଲୀଶ୍ରୀ ପଟ୍ଟନାୟକ ।

ଏଠାରେ ସୂଚନା ଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଏହି ମହତ ଯୋଜନା ଦ୍ବାରା ଅନେକ ମେଧାବି ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି । ସେହି କ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ୨୭୦ ଜଣଙ୍କୁ ଲାପଟପ ବଣ୍ଟନ କରାଯିବା ଲକ୍ଷ୍ୟ ରଖାଯାଇଥିବା ବେଳେ ଭବାନିପାଟଣା ସ୍ବୟଂ ସାଶିତ ମହାବିଦ୍ୟାଳୟର ୮୦ ଜଣ ଛାତ୍ରଛାତ୍ରୀ ଏହି ଯୋଜନା ଦ୍ବାରା ଉପକୃତ ହୋଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.