କଳାହାଣ୍ଡି ୩୦/୧୧: ଭିଜିଲାନ୍ସ ଜାଲରେ ଓ୍ବେସ୍କୋ ଜେଇ । ବକେୟା ବିଦ୍ୟୁତ୍ ବିଲ୍ ଟଙ୍କା କାଟି ଦେବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । ଭବାନୀପାଟଣା ସେକ୍ସନ ୧ର କନିଷ୍ଠ ଯନ୍ତ୍ରୀ ଧରମବୀର ସାହୁ ୧୫ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡିଛନ୍ତି । ଅଭିଯୋଗକାରୀ ତ୍ରିନାଥ ନାଏକଙ୍କ ବକେୟା ଏରିଅର୍ ବିଦ୍ୟୁତ୍ ବିଲ୍ ରଫାଦଫା ପାଇଁ ଲାଞ୍ଚ ନେଉଥିଲେ ।