ସତ୍ୟଜିତ ସ୍ୱାଇଁଙ୍କ କବିତା : ସ୍ବପ୍ନ ସବୁ ହଜିଯିବା ପରେ

ଅତୀତକୁ ସାଉଁଟୁ ସାଉଁଟୁ
ଆଖି ଲୁହେ ଭିଜିଯିବା ପରେ
ଆଜି ମୁହିଁ ଖୋଜୁଛି ନିଜକୁ,
ଭିଡ଼ଟାରେ ହଜିଯିବା ପରେ ।

ସମସ୍ତଙ୍କ ଗହଣରେ ରହି
ଏକୁଟିଆ ହୋଇଯିବା ପରେ
ରାତି ଆଜି ଉଜାଗରେ କଟେ,
ବିଛଣାରେ ଶୋଇଯିବା ପରେ ।

ଜୀବନର ଦୋଛକିରେ ଆଜି
ବାଟବଣା ହୋଇଯିବା ପରେ
ପିଲାଦିନ ନିଷ୍ପାପ ଭାବନା,
ଯୌବନରେ ଧୋଇଯିବା ପରେ ।

ସଜାଡୁଛି ନିଜକୁ ଏଥର
ଲକ୍ଷ୍ୟହୀନ ସାଜିଯିବା ପରେ
ଆଖି ମୋର ଚାହେଁ ଦେଖିବାକୁ (ସ୍ବପ୍ନ),
ସ୍ବପ୍ନ ସବୁ ହଜିଯିବା ପରେ ।

 

ସତ୍ୟଜିତ ସ୍ୱାଇଁ

ଅଡ଼ଶପୁର, କଟକ

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.