ନୂଆଦିଲ୍ଲୀ, ୧/୧୨: ବ୍ୟାଙ୍କଗୁଡିକ ଏଟିଏମ୍ରେ ମିଳୁଥିବା ଏକାଧିକ ସେବା ଉପରେ ଶୁଳ୍କ ବଢ଼ାଇବାକୁ ଚିନ୍ତା କରୁଛନ୍ତି। ଏଟିଏମ୍ ପରିଚାଳନା ଲାଗି ରିଜର୍ଭ ବ୍ୟାଙ୍କ ନିୟମକୁ ଅଧିକ କଡ଼ାକଡି କରିଛନ୍ତି। ଫଳରେ ଏଟିଏମ୍ ଅପରେଟର୍ସ ଏବେ ଟ୍ରାଞ୍ଜାକଶନ ଚାର୍ଜ ବଢ଼ାଇବାକୁ ଦାବି କରୁଛନ୍ତି। ସେମାନେ ଏଥିପାଇଁ ପ୍ରତି ଟ୍ରାଞ୍ଜାକଶନରେ ୩ରୁ ୫ ଟଙ୍କା ବଢ଼ାଇବାକୁ କହୁଛନ୍ତି।
ଏଟିଏମ୍ରେ ମିଳୁଥିବା ଅଣ ବ୍ୟାଙ୍କିଙ୍ଗ ଫିସ୍କୁ ୧୮ ରୁ ୨୫ ଟଙ୍କାକୁ ବଢ଼ାଇବାକୁ ବ୍ୟାଙ୍କଗୁଡ଼ିକ ବିଚାର କରୁଛନ୍ତି। ଶେଷ ଥର ପାଇଁ ୨୦୧୨ରେ ଏଟିଏମ୍ ଚାର୍ଜ ଧାର୍ଯ୍ୟ ହୋଇଥିଲା। ସୂଚନାଥାଉ କି, ପ୍ରତ୍ୟେକ ଏଟିଏମ୍ ଟ୍ରାଞ୍ଜାକଶନରେ ଗୋଟିଏ ଦିନରେ ୨୩ ଟଙ୍କା ଖର୍ଚ୍ଚ ହୁଏ। ବର୍ତ୍ତମାନ ବ୍ୟାଙ୍କ ଗୁଡିକ ମାଗଣା ସେବା ବାହାରେ ପ୍ରତି କ୍ୟାଶ୍ ଟ୍ରାଞ୍ଜାକଶନ ଲାଗି ୧୫ ଟଙ୍କା ଏବଂ ଅଣ କ୍ୟାଶ୍ ଟ୍ରାଞ୍ଜାକଶନ ଲାଗି ୫ ଟଙ୍କା ଆକାଉଣ୍ଟରୁ କାଟି ନେଉଛନ୍ତି। ଏଟିଏମ୍ ଚଳାଇବା ଦିନକୁ ଦିନ ବଢ଼ୁଥିବାରୁ କ୍ଷତି କମାଇବା ଉଦ୍ଦେଶ୍ୟରେ ଚାର୍ଜ ବଢ଼ାଇବା ଛଡ଼ା ବ୍ୟାଙ୍କଗୁଡିକ ନିକଟରେ ଦ୍ୱିତୀୟ ବିକଳ୍ପ ନାହିଁ।