ହନୁମାନ ଦଳିତ ନୁହନ୍ତି, ଆଦିବାସୀ!

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହନୁମାନ ଦଳିତ ଥିଲେ ବୋଲି କହିବାର ଦିନକ ପରେ ରାଷ୍ଟ୍ରୀୟ ଅନୁସୂଚିତ ଉପଜାତି କମିଶନ୍‌(ଏନ୍‌ସିଏସ୍‌ଟି)ର ଅଧ୍ୟକ୍ଷ ନନ୍ଦକୁମାର ସାଏ କହିଛନ୍ତି ଯେ ସେ ଆଦିବାସୀ ଥିଲେ।

ଗୁରୁବାର ଲକ୍ଷ୍ନୌଠାରେ ଆୟୋଜିତ ଏକ ଉତ୍ସବରେ ସାଏ କହିଲେ ଯେ, ଭଗବାନ୍‌ ରାମଙ୍କ ସୈନ୍ୟବାହିନୀରେ ମାଙ୍କଡ, ଭାଲୁ ଏବଂ ଶାଗୁଣା ଥିଲେ। ଓରାଓଁ ଆଦିବାସୀଙ୍କ ଦ୍ୱାରା ବ୍ୟବହୃତ କୁରୁଖ ଭାଷାରେ ଟିଗା ଗୋତ୍ରର ଅର୍ଥ ବାନର। କନଓ୍ବାର ଆଦିବାସୀ ସମ୍ପ୍ରଦାୟରେ ଏକ ‘ଗୋତ୍ର’ ରହିଛି ଯାହାକୁ ହନୁମାନ କୁହାଯାଏ। ସେହିପରି ‘ଗିଧ୍‌’ ବା ଶାଗୁଣା ହେଉଛି ଅନେକ ଆଦିବାସୀଙ୍କର ଗୋତ୍ର। ସେହି ଦୃଷ୍ଟିରୁ ସେଗୁଡିକ ଆଦିବାସୀ ସମ୍ପ୍ରଦାୟର ଅନ୍ତର୍ଭୁକ୍ତ ଏବଂ ସେମାନେ ଭଗବାନ ରାମଙ୍କ ସହିତ ରାବଣ ବିରୋଧୀ ମହାଯୁଦ୍ଧରେ ସାମିଲ ହୋଇଥିଲେ।

ମଙ୍ଗଳବାର ରାଜସ୍ଥାନର ଅଲୱର ଜିଲାରେ ଏକ ରେଲିରେ ଉଦ୍‌ବୋଧନ ଦେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କହିଥିଲେ, ହନୁମାନ ବନବାସୀ ଥିଲେ। ସେ ଜଣେ ଦଳିତ ଏବଂ ସୁବିଧା ସୁଯୋଗରୁ ବଂଚିତ ଥିଲେ। ଭାରତର ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ସବୁ ସମ୍ପ୍ରଦାୟକୁ ଏକତ୍ରୀକରଣ କରିବା ପାଇଁ ବଜରଙ୍ଗବଳୀ ଉଦ୍ୟମ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.