‘କାଳିଆ’ ବନାଲା ଭକୁଆ !

କୃଷକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ନେଇ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଘୋଷଣା କଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ । ରାଜ୍ୟର ନାମକୁ ମାତ୍ର ଚାଷୀ, କ୍ଷୁଦ୍ର ଓ ମଧ୍ୟମ ବର୍ଗର ଚାଷୀଙ୍କ ସମେତ କୃଷି ଶ୍ରମିକ ଓ ଭୂମି ହୀନ ମଧ୍ୟ ଏହି ଯୋଜନା ମାଧ୍ୟମରେ ସହାୟତା ପାଇବା ନେଇ ଘୋଷଣା କଲେ ।

କୃଷି ବିଭାଗ ତରଫରୁ ପ୍ରଥମ ପର୍ଯ୍ୟାୟ କୃଷକଙ୍କ ତାଲିକା ମଧ୍ୟ ପ୍ରକାଶିତ କରଗଲା । ଏପରିକି ଏହି ପ୍ରକାଶିତ ତାଲିକାରୁ ବାଦ ପଡ଼ିଥିବା ଚାଷୀଙ୍କ ସମେତ ଭୂମିହୀନ ମାନେ ପରବର୍ତି ସମୟରେ ତାଲିକା ଭୁକ୍ତ ହେବାପାଇଁ ଆବେଦନ କରିବା ପାଇଁ ଘୋଷଣା କରାଗଲା । ନିର୍ବାଚନ ପୂର୍ବରୁ କିଛି ହାତଗଣତି ଚାଷୀଙ୍କ ବ୍ୟାଙ୍କ ଜମା ଖାତାରେ ‘କାଳିଆ’ ଯୋଜନାର ପ୍ରଥମ କିସ୍ତି ସ୍ୱରୁପ ୫ ହଜାର ଟଙ୍କାର ସହାୟତା ରାଶି ମଧ୍ୟ ପ୍ରଦାନ କରାଗଲା । କିନ୍ତୁ ଅନେକ କୃଷକ ଏଥିରୁ ବଂଚିତ ହେଲେ ।

ନିର୍ବାଚନ ଆଦର୍ଶ ଆଚରଣ ବିଦ୍ଧି ଓ ବିରୋଧି ଦଳଙ୍କ ବିରୋଧ କାରଣରୁ ନିର୍ବାଚନ ଅଧିକାରୀ ଏହି ଯୋଜନାର ଟଙ୍କା ପ୍ରଦାନକୁ ସାମୟିକ ବାତିଲ କରିଥିଲେ । ଏପରିକି ରାଜ୍ୟର ବିଭିନ୍ନ ନିର୍ବାଚନୀ ସଭାରେ ଖୋଦ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ‘କାଳିଆ’ ଯୋଜନାକୁ କେହି ବନ୍ଦ କରି ପାରିବେ ନାହିଁ । ରାଜ୍ୟରେ ସରକାର ଗଠନ ଦିନ ହିଁ ସମସ୍ତ ଚାଷୀଙ୍କ ଜମା ଖାତାକୁ ‘କାଳିଆ’ ଯୋଜନାର ଅର୍ଥ ପ୍ରଦାନ କରାଯିବ ବୋଲି ମତବ୍ୟକ୍ତ କରିଥିଲେ ।

ଏବେ ନୁଆ ସରକାର ଶପଥ ନେବାର ପ୍ରାୟ ଏକ ମାସ ବିତି ସାରିଛି । ବହୁ ଚାଷୀ ଖରିଫ ଚାଷ ଆରମ୍ଭ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । କିନ୍ତୁ ଗତ ରବି ଋତୁରେ ସହାୟତା ମିଳିନଥିବା ବେଳେ ଖରିଫର ସହାୟତା କେବେ ମିଳିବ ? ତାହା ଅପେକ୍ଷାରେ । କିଛି ଚାଷି ଏବଂ ଶ୍ରମିକ ମାନେ ବ୍ୟାଙ୍କକୁ ଦୌଡ଼ି ଟଙ୍କା ଚେକ କରୁଥିବା ବେଳେ ସବୁଦିନ ବ୍ୟାଙ୍କ ମାନ ଭିଡ଼ ରହୁଛି । ଅନ୍ୟପକ୍ଷରେ କିଛି ଚାଷି ଓ ଶ୍ରମିକ ଚାଷବାସ କରିବା ଆଶାରେ କାଳିଆ ଟଙ୍କାକୁ ଚାତକ ଭଲି ଅନାଇ ବସିଛନ୍ତି ।

ଉପସ୍ଥାପନା :

ସୁଶାନ୍ତ କୁମାର ସାହୁ

ସୋନପୁର ଜିଲ୍ଲା ପ୍ରତିନିଧି, odiabarta.in

 

For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.