ଆରପାରିରେ ଜର୍ଜ ବୁଶ୍

ୱାଶିଂଟନ୍‌, ୧/୧୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍‌ଡବ୍ଲ୍ୟୁ ବୁଶ୍ (୯୪)ଙ୍କ ପରଲୋକ ହୋଇଯାଇଛି। ଆମେରିକୀୟ ସମୟ ରାତି ୧୦.୧୦ରେ ସେ ହୋଷ୍ଟନ୍‌ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 

୧୯୨୪ ମସିହା ଜୁନ୍‌ ୧୨ରେ ଜନ୍ମ ଗ୍ରହଣ କରିଥିବା ବୁଶ ୧୯୬୪ରେ ରାଜନୀତିରେ ପ୍ରବେଶ କରିଥିଲେ। ସେ ୧୯୮୯ ଜାନୁଆରୀ ୨୦ରୁ ୨୦ ଜାନୁଆରୀ ୧୯୯୩ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ରହିଥିଲେ। ୧୯୮୦ରେ ସେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଲଢ଼େଇ କରିଥିଲେ ହେଁ ପରାସ୍ତ ହୋଇଥିଲେ। ସେ ୧୯୮୧ରୁ ୧୯୮୯ ଯାଏ ଆମେରିକାର ଉପ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ମୃତ୍ୟୁରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.