କବିତା : ଆସିବାରେ ବାଧା ହୋଇ

ଆସିବାରେ ବାଧା ହୋଇ

ଅକ୍ଷୟ କୁମାର ବେହେରା

ଡାକେ ବଂଶୀ ସ୍ବର ହୋଇଣ ଅଧିର
କାହିଁ ଗଲ ପ୍ରିୟା ରାଇ,
କେତେ କଥା ଭାବି ଆଙ୍କି ରାଧା ଛବି
ବସିଛନ୍ତି କାହ୍ନୁ ଚାହିଁ ।

ଆଜି କାହିଁପାଇଁ ପାଦ ଦିଶୁନାହିଁ
ନୂପୁର ଶବଦ କାହିଁ,
ବାଟ ଚାହିଁ ଝୁରେ ଖୋଜଇ ମନରେ
କୁଞ୍ଜବନ ରାଇ ପାଇଁ ।

ଆକାଶର ଜହ୍ନ କରିବ ଦର୍ଶନ
ରାଧା କୃଷ୍ଣ ସଙ୍ଗେ ଦୁଇ,
ଗୋପୀମାନେ ଯେତେ ଚାହିଁଛନ୍ତି ସତେ
ରାଧିକାର ଦେଖା କାହିଁ ।

ମାମୁଁ ଚନ୍ଦ୍ରସେଣା ଦିଅନ୍ତି ଗଂଜଣା
ହେଲେ ନ ପାରନ୍ତି ରହି,
କିଅବା ହୋଇଛି ଶାଶୁ କି ଜଗିଛି
ଆସିବାରେ ବାଧା ହୋଇ ।

କେନ୍ଦୁଡିହା, ବଡସାହି, ମୟୂରଭଂଜ
ମୋ: ୯୩୪୮୮୧୯୯୧୭

ଏଠି କ୍ଲିକ୍ କରି ଆମ ହ୍ଵାଟ୍ସଆପ୍ ଗ୍ରୁପ୍ ଜଏନ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.