ରାମ ମନ୍ଦିର ପ୍ରସଙ୍ଗ : ବିଜେପି ଉପରେ ବର୍ଷିଲେ ରାମଦେବ

ନୂଆଦିଲ୍ଲୀ, ୧/୧୨: ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ବିଜେପିକୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି ଯୋଗଗୁରୁ ବାବା ରାମଦେବ। ଆଜି ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ପହଞ୍ଚି ରାମଦେବ ରାମ ମନ୍ଦିର ନିର୍ମାଣକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ରାଞ୍ଚିଠାରେ ଆୟୋଜିତ ଏଗ୍ରୋ ସମିତିରେ ଯୋଗଦେବା ଅବସରରେ ସେ କହିଛନ୍ତି, ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାରରେ ଅଛି। ତେଣୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନିଶ୍ଚିତ ହେବା ଦରକାର। ଉଭୟ ଜାଗାରେ ବିଜେପି ସରକାରରେ ଥାଇ ଯଦି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନହୁଏ, ତେବେ ସରକାର ଓ ବିଜେପି ଉପରୁ ଲୋକଙ୍କର ଭରସା ଉଠିଯିବ ବୋଲି ସେ କହିଛନ୍ତି। ଭଗବାନ ରାମ ରାଜନୀତିର ପ୍ରସଙ୍ଗ ନୁହେଁ ବରଂ ରାଷ୍ଟ୍ରର ଅସ୍ମିତା। ଭଗବାନ ରାମ ହେଉଛନ୍ତି ରାଷ୍ଟ୍ରର ସ୍ୱାଭିମାନ, ତେଣୁ ମନ୍ଦିର ସେହି ଜାଗାରେ ନିର୍ମାଣ ହେବା ଦରକାର। ଏଥିପାଇଁ ବିଜେପି ସରକାର ଆଗେଇ ଆସିବା ଦରକାର ବୋଲି ସେ ମତ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.