ଜେକେ ମହାବିଦ୍ୟାଳୟ ରିଷିଡା ଠାରେ ବିଶ୍ବ ଏଡସ୍ ଦିବସ ପାଳନ

 

କଳାହାଣ୍ଡି,୧/୧୨:

କଳାହାଣ୍ଡି ଜିଲ୍ଲା ରିଷିଡା ସ୍ଥିତ ଜଗନ୍ନାଥ କୌଶଲ୍ୟା ଜୁନିୟର ମହାବିଦ୍ୟାଳୟ ଠାରେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଯାଇଛି । ଏଡସ୍ ପରି ମାରାତ୍ମକ ରୋଗ ବିଷୟରେ ଜନ ସଚେତନତା ଓ ନିରାକରଣ ପାଇଁ ପ୍ରୋଗ୍ରାମ ଅଫିସର ଗିରିରାଜ ଗହିରଙ୍କ ତତ୍ତ୍ବାବଧାନରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ରିଷିଡା ସହର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟ ପିଏକେ ତ୍ରିପାଠୀ , ଅଧ୍ୟାପକ ଅଶୋକ କୁମାର ମଲ୍ଲ , ଡଃ ଦାଶରଥି ଆଚାର୍ଯ୍ୟ , ଦିଲ୍ଲିପ କୁମାର ଦାଶ , ପ୍ରଫୁଲ୍ଲ ହୋତା , ହେମନ୍ତ ଚୌଧୁରୀ , ନିଳାମ୍ବର ପାତ୍ର ପ୍ରମୂଖ ସାମିଲ ହୋଇଥିଲେ । ଚନ୍ଦନ ରଣା , ସୌମ୍ୟ ରଞ୍ଜନ ତ୍ରିପାଠୀ , ଚିନ୍ମୟ ରଣା , ଜଗଦିଶ ଭୋଇ , ନାରାୟଣ ଗହିର , ଯୋଗେନ୍ଦ୍ର ବେହେରା , ପାଣ୍ଡବ ବିଭାର ପ୍ରମୂଖ ସହଯୋଗ କରିଥିଲେ ।

ଓଡିଆ ବାର୍ତା ସ୍ବତନ୍ତ୍ର ପ୍ରତିନିଧି ନରୋତ୍ତମ ସେଲମାଙ୍କ ରିପୋର୍ଟ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.