ଭଦ୍ରକ,୨/୧୨:
ପୁଣି ଜଣେ ସାମ୍ବାଦିକଙ୍କୁ ହୋଇଛି ଆକ୍ରମଣ । ବିଚ ବଜାରରେ ଭୁଜାଲି ମାଡ । ସାମ୍ବାଦିକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଚୋରା ମଦ ବେପାରୀ । ଏଭଳି ଅଭାବନୀୟ ଓ ଦୁଃଖଦ ଖବର ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁରରୁ । ଦୈନିକ ଖବରକାଗଜ ସଂଚାର ପାଇଁ ବାସୁଦେବପୁର ବ୍ଲକ ପ୍ରତିନିଧି ଥିବା ପ୍ରମୋଦ ରାଉତଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ । ଚୋରା ମଦ ବ୍ୟବସାୟୀଙ୍କ ମୁଖା ଖୋଲିଯିବା ପରେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣ କରିଛି ମଦ ମାଫିଆ କାଳିଆ । ଅହତ ସାମ୍ବାଦିକ ବର୍ତମାନ ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
#AauChupRahibaKeteDina