ସୁବର୍ଣ୍ଣପୁର ରେ ବାହୁଡାଯାତ୍ରା : ଭକ୍ତଙ୍କ ଗହଣରେ ବାହୁଡିଲେ ତିନି ଠାକୁର

ସୋନପୁର : ଜଗତର ନାଥ ଶ୍ରୀଜଗନ୍ନାଥଙ୍କର ମାନବୀୟ ଲୀଳା ଘୋଷଯାତ୍ରାର ଶେଷପର୍ବ ଭାବେ ଆଜି ଶ୍ରୀମନ୍ଦିର ବହୁଡ଼ିଛନ୍ତି ଶ୍ରୀଜୀଉମାନେ । ଭକ୍ତଙ୍କ ଗହଣରେ ଭାଇ-ଭଉଣୀଙ୍କ ସଙ୍ଗେ ମାଉସୀ ଘରକୁ ବୁଲିଯାଇଥିବା କାଳିଆ ସାଆନ୍ତଙ୍କର ବାହୁଡ଼ା ଯାତ୍ରାର ପରିସମାପ୍ତି ହୋଇଛି । ମାଉସୀଘରେ ୯ ଦିନର ଲୀଳାଖେଳା ମଧ୍ୟରେ ଭିନ୍ନ ଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇ ମହାପ୍ରଭୁଙ୍କର ଫେରିବା ହୋଇଛି ଶ୍ରୀମନ୍ଦିରକୁ । ଶୁକ୍ରବାର ସକାଳୁ ସହରରେ ଥିବା ବଡ ଜଗନ୍ନାଥ, ଦଧିବାମନ ଓ ବୃନ୍ଦାବନ ବିହାରୀଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ବାହୁଡାଯାତ୍ରା ପାଇଁ ଅପରାହ୍ନ ପ୍ରାୟ ସାଢେ ୬ଟା ବେଳେ ବଡ ଜଗନ୍ନାଥ ମନ୍ଦିରରେ ଠାକୁରମାନଙ୍କୁ ସୁସଜ୍ଜିତ କରାଯାଇ ନୀତି ସମ୍ପନ୍ନ କରାଯିବା ପରେ ଧାଡି ପହଣ୍ଡିରେ ବାହାର କରାଯାଇଥିଲା । ଘୋଷଯାତ୍ରା ଭଳି ଭକ୍ତଙ୍କ ଗହଣରେ ବେଶ ଭକ୍ତି ଓ ଶ୍ରଦ୍ଧାର ସହ ଶ୍ରୀଜୀଉମାନଙ୍କର ବାହୁଡ଼ାଯାତ୍ରା ସମ୍ପନ୍ନ ହୋଇଛି । ଅନୁରପ ଭାବେ ସହର ଓ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାବାହୁଙ୍କର ପବିତ୍ର ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ସୁବର୍ଣ୍ଣପୁର ସହରର ଘୋଡାଘାଟପଡାର ଦଧିବାମନ ମହାପ୍ରଭୁ, ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଗତକାଲି ନିତି ପରେ ଆଜି ମାଉସି ମନ୍ଦିରରୁ ବାହୁଡିଥିଲେ ଶ୍ରୀମନ୍ଦିର କୁ ବାହାରିଥିଲେ । ମାଉସୀଘରେ ସ୍ୱତନ୍ତ୍ର ନୀତିୂଜା ପରେ ଅପରାହ୍ନରେ ଆୟୋଜିତ ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାଋଢ଼ କରାଯାଇଥିଲା । ଘଣ୍ଟ ଘଣ୍ଟା ଶଙ୍ଖ, ହୁଳହୁଳି ଓ ଭଜନ କୀର୍ତ୍ତନର ତାଳେ ତାଳେ ସେବାୟତମାନେ ତିନିଠାକୁରଙ୍କୁ ଝୁଲାଇ ଝୁଲାଇ ପହଣ୍ଡି କରିବା ଦୃଶ୍ୟ ଥିଲା ବେଶ୍ ମନୋରମ । ଅପଲକ ନୟନରେ ମହାପ୍ରଭୁଙ୍କର ପହଣ୍ଡିଯାତ୍ରାକୁ ଉପଭୋଗ କରିବା ସହ ଭକ୍ତମାନଙ୍କର ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ସ୍ଥାନ ପବକମ୍ପକ୍ଟତ ହୋଇଥିଲା । ମନ୍ଦିର ଗୁଡିକରେ ଶ୍ରୀଜୀଉଙ୍କ ବାହୁଡ଼ାଯାତ୍ରା ଦେଖିବାକୁ ଅପରାହ୍ନରେ ଶ୍ରଦ୍ଧାଳୁମାନଙ୍କର ବେଶ ଭିଡ଼ ପରିଲକ୍ଷିତ ହୋଇଥିଲା ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.