ଲୋକସଭା ଗୃହରେ ବସନ୍ତ ପଣ୍ଡାଙ୍କ କଳାହାଣ୍ଡିଆ ଛଟକନ୍ – ‘କ୍ଷେତ୍ କେ ମୁଡା ଘର୍ କେ ବୁଢା’ (Visual News)


ନୂଆପଡା ଓ କଳାହାଣ୍ଡି ମଣ୍ଡିର ଧାନ ବର୍ତମାନ ଦିଲ୍ଲୀରେ ମୁଖ୍ୟ ପ୍ରସଙ୍ଗ

ସଂସଦରେ କ’ଣ କହିଲେ କଳାହାଣ୍ଡି ସାଂସଦ ଦେଖନ୍ତୁ ଭିଡିଓ ଓ ପଢନ୍ତୁ ଖବର

(କ୍ଲିକ କରି ଦେଖନ୍ତୁ ଭିଡିଓ 👆)

ନୂଆପଡା/ନୂଆଦିଲ୍ଲୀ,୧୮/୭ : କଳାହାଣ୍ଡି ଲୋକସଭା ସାଂସଦ ତଥା ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା କଳାହାଣ୍ଡି କ୍ଷେତ୍ରରେ ଦେଖା ଦେଇଥିବା ଧାନ ମଣ୍ଡି ର ସମସ୍ୟା ଏବଂ ଓଡିଶା ରାଜ୍ୟ ସରକାର ଓ ସ୍ଥାନୀୟ ମିଲରଙ୍କ ମଧୁଚନ୍ଦ୍ରିକା କୁ ବିରୋଧ କରି ଦିଲ୍ଲୀ ଲୋକସଭା ଗୃହରେ ସ୍ୱର ଉତ୍ତୋଳନ କରିଛନ୍ତି । ଓଡିଶା ସରକାର ନିଜ ଅପାରଗତାକୁ ଲୁଚାଇବାକୁ ଯାଇ କେନ୍ଦ୍ର ସରକାରକୁ ଦୋଷାରୋପ କରୁଥିବା ନେଇ ଲୋକସଭା ଅଧ୍ୟକ୍ଷ୍ୟଙ୍କ ମାଧ୍ୟମ ରେ ସମ୍ପୃକ୍ତ କୃଷି ମନ୍ତ୍ରଣାଳୟ ର ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରକାଶ ଯେ ନୂତନ ଭାବରେ ଗଠିତ ୧୦୦୦୦ କୃଷକ ଉତ୍ପାଦକ ସଂଘ ରେ ମହିଳା ଚାଷୀ ଙ୍କୁ ଚିନ୍ନହ୍ଟ କରି ସାମିଲ କରିବା ପାଇଁ ଆଗ୍ରହ କରିଛନ୍ତି ସାଂସଦ ଶ୍ରୀ ପଣ୍ଡା । ବହୁ ପୁରୁଣା କଳାହାଣ୍ଡିଆ ଢଗ “କ୍ଷେତ୍ କେ ମୁଡା ଘର କେ ବୁଢ଼ା” କହି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆଗ୍ରହ ଜଳ ସଂଗ୍ରକ୍ଷଣକୁ ଦୃଷ୍ଟିରେ ରଖି ଶ୍ରୀ ପଣ୍ଡା ପ୍ରତ୍ୟେକ ଚାଷୀର କ୍ଷେତରେ ପାଣି ପାଇଁ ଏକ ପୋଖରୀ ର ସୁବିଧା କଲେ ଚାଷୀଙ୍କୁ ପାଣିର ଅଭାବ ରହିବ ନାହିଁ ଏବଂ ପାଣି ର ମଧ୍ୟ ସଂଗ୍ରକ୍ଷଣ ହୋଇପାରିବ ବୋଲି ପ୍ରସ୍ତାବ ଦେଇଛନ୍ତିି । ଏହି ଭଳି ଭାବେ ବର୍ତମାନ ଶ୍ରୀ ପଣ୍ଡା ଙ୍କ ଅଭିଭାଷଣର ଭିଡିଓ କ୍ଲିପ ଗୁଡିକ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ରେ ଲାଗିଛି । ତେବେ ଏ ନେଇ ବିଜେପି କର୍ମୀ ଙ୍କ ମନ ରେ ଉତ୍କଣ୍ଠା ଖେଳୁ ଥିବା ବେଳେ ନୂଆପଡା ତଥା କଳାହାଣ୍ଡିବାସୀ ସାଂସଦ ଶ୍ରୀଯୁକ୍ତ ପଣ୍ଡାଙ୍କୁ ପ୍ରଶଂସା କରୁଛନ୍ତି ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇