ନର୍ଲା ନବୋଦୟର ଆଲୁମିନା ମିଟ୍ ଉଦଜାପିତ

କଳାହାଣ୍ଡି,୩/୧୨: 

ଜବାହାର ନବୋଦୟ ବିଦ୍ୟାଳୟ ନର୍ଲା ଠାରେ ଆଲୁମିନା ମିଟ୍ ୨୦୧୮ ଉଦଜାପିତ ହୋଇ ଯାଇଛି ।  ଆଲୁମିନା ଆସୋସିଏସନ ଦ୍ବାରା ଆୟୋଜିତ ଏହି ବର୍ଣାଢ୍ୟ ସମାରୋହ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ନବୋଦୟ ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ବର୍ତମାନର ଡାକ୍ତର ମାନଙ୍କ ଦ୍ବାରା ଏକ ସ୍ବସ୍ଥ୍ୟ କେମ୍ପର ଆୟୋଜନ କରାଯାଇଥିଲା । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ନର୍ଲା ନବୋଦୟ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ବି. ସୀତାଲକ୍ଷ୍ମୀ ଉଦଘାଟନ କରିଥିଲେ । ଏଥିରେ ୨୪ ୟୁନିଟ ରକ୍ତ ଗ୍ରହଣ କରାଯାଇଥିଲା । ପ୍ରଥମ ଅଧିବେସନରେ ନବୋଦୟ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷାଙ୍କ ସହ ପୁରାତନ ଛାତ୍ର ସଂସଦର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଲୁମିନା ଆସୋସିଏସନର ସଭାପତି କେଦାର ଖମାରି ଅଧ୍ୟକ୍ଷତା କରିଥିବା ବେଳେ ସଂପାଦକ ଭବାନୀ ଶଙ୍କର ପଣ୍ଡା ବାର୍ଷିକ ବିବରଣି ପଠନ କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଏଥିରେ ଯୋଗଦେଇ ତାଙ୍କ ଅଭିଭାଷଣରେ ବିଦ୍ୟାଳୟର ସର୍ବାଙ୍ଗିନ ବିକାଶ ଉପରେ ମତବ୍ୟକ୍ତ କରିବାସହ ଆଲୁମିନା ଆସୋସିଏସନର କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ । ଏହାପରେ ଆସୋସିଏସନର ବାର୍ଷିକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଗତବର୍ଷର କାର୍ଯ୍ୟଧାରା ଓ ଆଗାମି ବର୍ଷ ପାଇଁ ଯୋଜନାର ରୁପରେଖ ବିଷୟରେ ଆଲୋଚନା କରାଯାଇଥିଲା । ବିଦ୍ୟାଳୟର ଉନ୍ନତି ପାଇଁ ପୂର୍ବତନ ଛାତ୍ରମାନେ ପରାମର୍ଶ ଦେଇଥିଲେ ।  ବିଦ୍ୟାଳୟର ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୁମିନା ଆସୋସିଏସନର କର୍ମକର୍ତା ମାନେ ଆଲୋଚନା କରିଥିଲେ ।

ଉଦଜାପନୀ ଉତ୍ସବରେ କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର , କଳାହାଣ୍ଡି ଏଡିଏମ୍ ସରତ ଶ୍ରୀଚନ୍ଦନ ,  ଭାରପ୍ରାପ୍ତ ଅଧ୍ୟକ୍ଷା ବି. ସୀତାଲକ୍ଷ୍ମୀ ପ୍ରମୂଖ ଅତିଥି ଭାବେ ଯୋଗ ଦେଇ ନବୋଦୟ ବିଦ୍ୟାଳୟ ଓ ଶିକ୍ଷା ବ୍ୟବସ୍ଥା ଉପରେ ସେମାନଙ୍କ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସମାରୋହର ଉଦଜାପନ ହୋଇଥିଲା । ପ୍ରଦୀପ ବଲିଆରସିଂ , ସ୍ନିଗ୍ଧାରାଣୀ ସିଂ , ଶିବାଶିସ ବାଗ ମଞ୍ଚ ପରିଚାଳନା କରିଥିବାବେଳେ ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ମିଡିଆ ସଂଯୋଜକ ଲକ୍ଷ୍ମୀନାରାୟଣ ପଣ୍ଡା , ଲିପିକା ଦାଶ , ନିଳାଚଳ ମହାପାତ୍ର , ତୁସାର ପଣ୍ଡା , ସୌମ୍ୟ ରଞ୍ଜନ ନାଏକ , ଅନନ୍ତ ମହାପାତ୍ର , ତ୍ରିଲୋକ୍ୟ ହରପାଲ , ନେପାଲ ଶବର , ତିରୁପତି କୁଅଁର , ସିଦ୍ଧାନ୍ତ ଗହୀର , କାର୍ତିକ ସୁନା , ମନୋଜ ଦୂର୍ଗା , ପ୍ରଦୀପ ହରପାଲ , ଭବାନୀ ବାଗ ଓ ପୁରାତନ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ । ଏହି ଉତ୍ସବରେ ୪୦୦ରୁ ଉର୍ଧ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.