ଲାଞ୍ଜିଗଡରେ ରକ୍ତମୂଖା ଲାଲ୍ ବାହିନୀ : ୧୨ ଘଣ୍ଟା ଭିତରେ ଗଡିଲା ଦୁଇଟି ମୁଣ୍ଡ (Visual News)


ଦିନ ଦ୍ବିପହରରେ ଠିକାଦାର ରାଜିନ୍ଦ୍ର ସାହୁ ଓ ରାତିରେ ବାବୁପଦର ଗାଁର ଭୀମ ଦୋରାଙ୍କୁ ହତ୍ୟାକଲେ ମାଓବାଦୀ

(କ୍ଲିକ କରି ଦେଖନ୍ତୁ ଭିଡିଓ 👆)

ଲାଞ୍ଜିଗଡ,୨୨/୭ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଅଞ୍ଚଳରେ ରକ୍ତମୂଖା ହୋଇଛନ୍ତି ଲାଲ୍ ବାହିନୀ । ଭିଆଇ ଚାଲିଛନ୍ତି ସଂହାରଲିଳା । ୧୨ ଘଣ୍ଟା ଭିତରେ ଦୁଇ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି ମାଓବାଦୀ । ରବିବାର ଅପରାହ୍ନ ୧ ଘଣ୍ଟା ସମୟରେ ପାହାଡପଦର ହାଟରେ ଠିକାଦାର ରାଜିନ୍ଦ୍ର ସାହୁଙ୍କୁ ହତ୍ୟା ଘଟଣାର ପ୍ରାୟ ୧୦ ଘଣ୍ଟା ଭିତରେ ସେହି ବ୍ଲକର ଆଉ ଜଣକୁ ହତ୍ୟା କରିଛନ୍ତି ମାଓବାଦୀ । ମାଓ ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଲାଞ୍ଜି ପଞ୍ଚାୟତ ଅଧିନସ୍ଥ ବାବୁ ପଦର ଗାଁର ଭୀମ ଦୋରା । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ରବିବାର ରାତି ପ୍ରାୟ ସାଢେ ଦଶଟା ସମୟରେ ସଶସ୍ତ୍ର ମାଓବାଦୀମାନେ ଆସି ଭୀମ ଦୋରାକୁ ଘରୁ ଉଠେଇ ନେଇ ପ୍ରାୟ ୪୦୦ ମିଟର ଦୂରରେ ହାତ ବାନ୍ଧି ଗୁଳି କରି ହତ୍ୟା କରିଥିଲେ । ଭୀମଙ୍କ ଛାତିରେ ଦୁଇଟି ଗୁଳି ବାଜିଥିବା ଦେଖାଯାଇଛି ।

ସକାଳୁ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ ଜାରି ରଖିଛି । ଭୀମ ଦୋରାକୁ ହତ୍ୟା କରିବାପରେ ମାଓବାଦୀ ମାନେ ଏକ ହାତଲେଖା ଚିଠି ଛାଡି ଯାଇଛନ୍ତି । ସେଠାରେ ଉଲ୍ଲେଖ ତଥ୍ୟ ଅନୁସାରେ ପୋଲିସ ଇନଫରମର୍  ସଂଦେହରେ ତାଙ୍କୁ ହତ୍ୟାକରିଛନ୍ତି ଲାଲ୍ ବାହିନୀ । ଏହାସହ ଅନ୍ୟ ପୋଲିସ ଇନଫରମର୍ ମାନଙ୍କୁ ଚେତାବନୀ ଦେଇଛନ୍ତି । ଘଟଣା ସ୍ଥଳରେ ଥିବା ଚିଠିରେ ସିପିଆଇ (ମାଓବାଦୀ) କଳାହାଣ୍ଡି ଏରିଆ କମିଟି ଲେଖାଥିବା ଜଣାଯାଇଛି ।ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

 

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta