ପ୍ରିୟଦର୍ଶନୀ ଇଂଦିରା ମହାବିଦ୍ୟାଳୟ ଜୁନାଗଡର ବାର୍ଷିକ କ୍ରୀଡା ଉତ୍ସବ

ଜୁନାଗଡ,୩/୧୨:

କଳାହାଣ୍ଡି ଜିଲ୍ଲା ଜୁନାଗଡ ସ୍ଥିତ ପ୍ରିୟଦର୍ଶନୀ ଇଂଦିରା ମହାବିଦ୍ୟାଳୟ ଠାରେ ବାର୍ଷିକ କ୍ରୀଡା ଉତ୍ସବ ମହାସମାରେହରେ ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କ୍ରୀଡା ସଚେତନତା ସହ ସେମାନଙ୍କ ମଧ୍ୟରେ ଥିବା ଖେଲୁଆଡ ମନୋଭାବକୁ ଉଜ୍ଜିବିତ କରିବା ଲକ୍ଷ୍ୟ ରଖି ଆରମ୍ଭ ହୋଇଥିବା ଏହି ଉତ୍ସବକୁ ନେଇ ଛାତ୍ରଛାତ୍ରୀ , ଅଭିଭାବକ ଓ ସ୍ଥାନୀୟ ଜନ ସାଧାରଣଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଉଦ୍ଦିପନା ଲକ୍ଷ୍ୟ କରାଯାଉଛି । କ୍ରୀଡା ଉତ୍ସବ ମାଧ୍ୟମରେ ଛାତ୍ରଛାତ୍ରୀ ନିଜର ଅନ୍ତର୍ନିହିତ ଗୁଣ ତଥା କ୍ରୀଡା ପ୍ରତିଭା ପ୍ରଦର୍ଶନ କରିପାରିବାର ସୂଯୋଗ ପାଉଥିବାରୁ ଏହି ଉତ୍ସବକୁ ବିଭିନ୍ନ ମହଳରୁ ସ୍ବାଗତ କରାଯାଇଛି ।

ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ସମୀର କୁମାର ସାହୁଙ୍କ ତତ୍ତ୍ବବଧାନରେ ଆୟୋଜିତ କ୍ରୀଡା ଉତ୍ସବରେ ମୂଖ୍ୟ ଅତିଥୀ ଭାବେ ଅଧ୍ୟକ୍ଷ ବିଭୂତି ଭୂଷଣ ମେହେର , ସମ୍ମାନିତ ଅତିଥୀ ଭାବେ ଜୁନାଗଡ ଥାନା ଅଧିକାରୀ ରାଜିନ୍ଦ୍ର କୁମାର ଦେଉରୀ , ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ତ୍ରିଲୋଚନ ସିଂ , ଅଧ୍ୟାପକ ଦେବେନ୍ଦ୍ର ବେହେରା , ସରୋଜ ଠାକୁର ପ୍ରମୂଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ । 

ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରକାର କ୍ରୀଡା ସବୁକୁ ପରିଚାଳନା କରିଥିଲେ ମହାବିଦ୍ୟାଳୟର କ୍ରିଡା ଶିକ୍ଷକ ସମୀର କୁମାର ସାହୁଙ୍କ ସହ ଚମେଲି ଦେବୀ ମହାବିଦ୍ୟାଳୟର ଜୁନାଗଡର କ୍ରୀଡା ଶିକ୍ଷକ ଦୂର୍ଗାଶଙ୍କର ସିଂ , ସ୍ବାମୀ ଚିତାନନ୍ଦ ମହାବିଦ୍ୟାଳୟ କରଚଲାର କ୍ରୀଡା ଶିକ୍ଷକ ଜୟକିସନ ବେହେରା ଓ ସୀତାକାନ୍ତ ପଧାନ ।

ଜୁନାଗଡରୁ ରାକେଶ କୁମାର ବେମାଲଙ୍କ ରିପୋର୍ଟ ଓଡିଆ ବାର୍ତ୍ତା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.