ମହୋବାର ଚରଖୀରୀ,୩/୧୨:
ଅଭିନେତା ଅନିଲ କପୁରଙ୍କ ଫିଲ୍ମ ତ ଆପଣ ଦେଖିଥିବେ । ଫିଲ୍ମରେ ମୁଖ୍ୟମନ୍ତ୍ରୀଙ୍କ ଚରିତ୍ରରେ ଥିବା ଅମରେଶ ପୁରୀ ଅନିଲ କପୁରଙ୍କୁ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ କରିଥିଲେ । ଏମିତି ଏକ ଘଟଣା ବାସ୍ତବ କ୍ଷେତ୍ରରେ ଘଟିଛି । ଘଟଣାର ପୃଷ୍ଟଭୂମୀ ସାଜିଛି ଉତ୍ତରପ୍ରଦେଶର ମହୋବାର ଚରଖାରୀ ବିଧାନସଭା କ୍ଷେତ୍ର ।
ଚରଖାରୀର ବିଧାୟକ ବ୍ରଜଭୂଷଣ ରାଜପୁତ ଫିଲ୍ମି ଅନ୍ଦାଜରେ ୫ ବର୍ଷୀୟ ଜଣେ ଦିବ୍ୟାଙ୍ଗ ଶିଶୁକୁ ଗୋଟିଏ ଦିନର ବିଧାୟକ ବନାଇଲେ । କେବଳ ସେତିକି ନୁହେଁ ବିଧାୟକ ଶିଶୁକୁ ନିଜର ଗାଡି, ଗନର ଓ ସଚିବ ବି ଦେଲେ । ଶିଶୁ ବି ପୁରା ଦିନ ବିଧାୟକଙ୍କ ଭଳି ଲୋକଙ୍କ ସମସ୍ୟା ଶୁଣିଲେ ଓ ଅଂଚଳ ବୁଲି ଦେଖିଲେ ।