କଳାହାଣ୍ଡି,୩/୧୨:
କଳାହାଣ୍ଭି ଜିଲ୍ଲାର ବିଭିନ୍ନ ବ୍ଲକ ର ସମନ୍ବିତ ମହିଳା ଓ ଶିଶୁ କଲ୍ୟାଣ ବିଭାଗ (ଆଇସିଡିଏସ) କାର୍ଯ୍ୟାଳୟରେ ହେଉଥିବା ଦୂର୍ନିତି ଓ ଅନିୟମିତତା ଉପରେ ବାରମ୍ବାର ଖବର ପ୍ରସାରଣ ହେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆଖିଦୃଷିଆ ହେଉନଥିବା ଅଭିଯୋଗ ହୋଇଆସୁଛି । କିନ୍ତୁ ଆଜି ଭିଜିଲାନ୍ସ ଜାଲରେ ଜଣେ ଆଇସିଡିଏସ ସୁପରଭାଇଜର ଫସିବା ପରେ ଜିଲ୍ଲାର ବୁଦ୍ଧିଜିବୀ ମାନଙ୍କୁ ଆସ୍ବସ୍ଥ କରିଛି । ଘଟଣାରୁ ପ୍ରକାଶଯେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଆଇସିଡିଏସ ସୁପରଭାଇଜର ବାସନ୍ତି ନାଏକ ଅଙ୍ଗନୱାଡି କର୍ମୀଙ୍କଠାରୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏହି ଘଟଣାରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଅଙ୍ଗନଓ୍ବାଡି ପରିଚାଳନା ପାଇଁ ଆସିଥିବା ତିନି ମାସର ବିଲ୍ ୩୫ହଜାର ୫ଶହ ଟଙ୍କା ପାସ୍ କରିବାକୁ ୧୦ ପ୍ରତିଶତ ଲାଞ୍ଚ ନେବାପାଇଁ ସେ ଦାବି କରିଥିବା ନେଇ ଅଙ୍ଗନଓ୍ବାଡି କର୍ମୀ ଗୀତାଞ୍ଜଳୀ ନାଏକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଲାଞ୍ଚ ନେଉଥିବା ଅବସ୍ଥାରେ ଆଜି ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି ।