ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡ଼ା

କଳାହାଣ୍ଡି,୩/୧୨: କଳାହାଣ୍ଡି ଜିଲ୍ଲା ମ.ରାମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସପ୍ତବିଂଶତିତମ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହେଇଯାଇଛି । ଉତ୍ସବରେ ପରିଚାଳନା କମିଟୀର ପୂର୍ବତନ ସଭାପତି ପବନ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି,ପରିଚାଳନା କମିଟୀର ସଂପାଦକ ରଜନୀ କାନ୍ତ ମହାଖୁଡ଼ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିବାବେଳେ ସମାରୋପ ଉତ୍ସବରେ ମ.ରାମପୁର ଥାନାଧିକାରୀ ସରିତା ମହାପାତ୍ର ମୁଖ୍ୟ ଅତିଥି,ମ.ରାମପୁର ସରପଂଚ ଚିତ୍ତରଂଜନ ବାଗ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ପ୍ରଧାନାଚାର୍ଯ୍ୟ ଗୋପାଳ କୃଷ୍ଣ ମାଝୀ ଉଭୟ କାର୍ଯ୍ୟକ୍ରମରେ ଅତିଥି ପରିଚୟ ତଥା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବୀକା ସହଯୋଗ କରିଥିଲେ ।

ସ୍ୱତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ୍ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.