ଧବଳେଶ୍ୱର କ୍ରିକେଟ ଟୁର୍ଣ୍ଣାମେଂଟ ପ୍ରସ୍ତୁତି ବୈଠକ

କଳାହାଣ୍ଡି,୩/୧୨: କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରୀ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଧବଳେଶ୍ୱର କ୍ରୀଡ଼ା ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ୧୪ ତମ ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟ ଆସନ୍ତା ଜାନୁଆରୀ ଦଶ ତାରିଖରୁ ହେବାକୁ ଥିବାବେଳେ ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଗ୍ରାମ ପଂଚାୟତ ପରିସରରେ ଅନୁଷ୍ଠିତ ହେଇଯାଇଛି । ଅସ୍ଥାୟୀ ସଭାପତି ରୋହିତ କୁମାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଥିବାବେଳେ ଅନୁଷ୍ଠାନର ସଂପାଦକ ଲକ୍ଷ୍ମୀକାନ୍ତ ବେହେରା ଯୋଗଦେଇ ଟୁର୍ଣ୍ଣାମେଂଟର ବିଜ୍ଞପ୍ତି ପ୍ରକାଶ କରିଥିଲେ । ଚଳିତ ବର୍ଷ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଫୁଲବାଣୀ, ବଲାଙ୍ଗୀର, ରାୟଗଡ଼ା, ସୋନପୁର, ବୌଦ୍ଧ, କଳାହାଣ୍ଡି ଆଦି ଜିଲ୍ଲାରୁ ଷୋହଳଟି ଦଳ ଭାଗ ନେଉଥିବା ପ୍ରସ୍ତୁତି ବୈଠକରେ ଜଣାପଡ଼ିଛି ।

ସ୍ୱତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ୍ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.