କବିତା ମହାନ୍ତିଙ୍କ କବିତା : ମାଟିର ମହକ

ମାଟିର ମହକେ ମହକିତ ହୃଦ

ମାଟିର ସୁପୁତ୍ର  ସେକି

ଜନ୍ମମାଟି ତାର ହୃଦୟ ଚନ୍ଦନ

ତା ପ୍ରେମେ ଉଠେ ପୁଂଜି ।

କଙ୍କର ମାଟିରୁ ଗଢ଼େସେ କୋଣାର୍କ

ମାଟିରେ ହସେ ଭାସ୍କଯ୍ଯ

ମାଟିରେ ଝରାଏ ଅମୃତ  ଝରଣା

ଏମାଟି ପୁତ୍ର ସେ ଆଯ୍ଯ ।

ମାଟି ପାଇଁ କେବେ ଗୋପବନ୍ଧୁ ସାଜେ

ଦୈନ ଦୀନବନ୍ଧୁ  ପାଇଁ

ପାଇକ ସାଜିସେ କରଇ ସମର

ରଣହୁଙ୍କାର ବା ଦେଇ ।

ଏଇ ମାଟି ପାଇଁ  ଲେଖଇ କବିତା

ପେଟେ ଓଦା କନା ଦେଇ

ନିଜ ଜୀବନକୁ ନର୍କରେ ପକାଏ

ମାଟିର ଉଧାର ପାଇଁ ।

କିଏ ସେହି ପୁତ୍ର ଜାଣକି ଠିକଣା

ମାଟିରେ ଭିଜିଛି ରକ୍ତ

ତ୍ଯାଗ ବଳିଦାନ ନିସ୍ବାର୍ଥ ସେବକ

ସେହି ମାଟିର ଭକ୍ତ ।

 

କବିତା ମହାନ୍ତି

ପ୍ରଧାନ ଶିକ୍ଷୟିତ୍ରୀ ସାଇଲୋଝାରପଡା ଉପ୍ରାବିଦ୍ଯାଳୟ ,କଣ୍ଟାପଡା , କଟକ- ୭୫୪୦୦୩

ମୋ- ୭୦୭୭୯୩୦୦୭୫

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.