କର୍ଲାମୁଣ୍ଡା ମଣ୍ଡିରେ ଚାଷୀ ପକାଇଲେ ହଜାରେ କୁଇଣ୍ଟାଲ ଧାନ : କିନ୍ତୁ ଧାନ ନେବା ପାଇଁ ମନାକଳେ ମିଲରସ୍ 

 

କର୍ଲାମୁଣ୍ଡା,୪/୧୨( ନବୀନ କିଶୋର ସାହୁ):

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସେବା ସମବାୟ ସମିତି ପକ୍ଷରୁ ରାଜପୁର ,କର୍ଲାମୁଣ୍ଡା ରୁ ୨୫ ଜଣ ଚାଷୀଙ୍କୁ ପ୍ରତ୍ୟକ ଚାଷୀଙ୍କୁ ୪୦ କୁଇଣ୍ଟାଲ ଲେଖାଏଁ ଟୋକନ ଦେଇଥିଲେ । ଆଜି ସକାଳେ ମିଲରସ ଆସି ଧାନ ମଣ୍ଡିରେ ପହଞ୍ଚି ଧାନର ମାନ ପରିକ୍ଷା କରିଥିଲେ। ଗତକାଲି ୨ କେଜି କଟନି ଚାଷୀ ଦେବୁ ବୋଲି କହିବାରୁ ମିଲରସ ମାନେ ରୋକଠକ ମନା କରି ଦେଇଥିଲେ। ଚାଷି ଧାନରେ  କିଛି କୁଟା,ଧୁସର ରହିଥିଲେ ମଧ୍ୟ ମିଲରସ ୪ରୁ ୮ କେଜି ଧାନ କାଟିଲେ ଆମେ ନେବୁ ନ ହେଲେ ନାହିଁ ବୋଲି ମଣ୍ଡି ଛାଡି ଚାଲି ଯାଇଥିଲେ। ଆସନ୍ତା କାଲି ପର୍ଯ୍ୟନ୍ତ ଯଦି ଧାନ ନ ଉଠେ ଚାଷୀମାନେ ରାସ୍ତାରେକ କରିବେ ବୋଲି ଚେତାବନୀ ଦେଇଛନ୍ତି । ଜିଲ୍ଲାପାଳ ଏଦିଗରେ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.