ଅଳ୍ପ ଗଳ୍ପ ପୁରାଣ ପ୍ରସଙ୍ଗରୁ : ଗୟାସୁର ର ବଳିଦାନ

ପ୍ରାଚୀନ କାଳରେ ଗୟାସୁର ନାମକ ଜଣେ ରାକ୍ଷାସ କୋଠର ତପସ୍ୟାରେ ମଗ୍ନ ରହିଲା । ତା’ ତପସ୍ୟାରେ ବିଷ୍ଣୁ ସନ୍ତୁଷ୍ଟ ହୋଇ ଇଚ୍ଛା ମୁତାବକ ବର ମାଗିବାକୁ କହିଲେ । ଗୟାସୁର କହିଲା ପ୍ରଭୋ ମୋତେ ଏହି ବର ପ୍ରଦାନ କରନ୍ତୁ ଯେ ଯୁଦ୍ଧରେ ମୋତେ କେହି ପରାସ୍ତ କରିପାରିବେ ନାହିଁ । ବିଷ୍ଣୁ ତତାସ୍ତୁ କହି ଚାଲିଗଲେ । ଏହାପରେ ରାକ୍ଷାସ ତା’ର ଆସୁରିକ ସ୍ବଭାବର ପରାକ୍ରମ ଦେଖାଇବାକୁ ଲାଗିଲା । ଦେବତା, ମନୁଷ୍ୟ ସମସ୍ତେ ଅତ୍ୟାଚାରିତ ହୋଇ ତ୍ରାହି ତ୍ରାହି ଡାକିବାକୁ ଲାଗିଲେ । ଶେଷରେ ଦେବତାମାନେ ବିଷ୍ଣୁଙ୍କ ଶରଣ ପସିଲେ । ବିଷ୍ଣୁ ମହାଚିନ୍ତାରେ ପଡିଲେ । ସେତ ଗୟାସୁରକୁ କେହି ପରାସ୍ତ କରିପାରିବେନାହିଁ ବୋଲି ବର ଦେଇଛନ୍ତି । ଶେଷରେ ତାଙ୍କୁ ଗୋଟିଏ ବୁଦ୍ଧି ଦିଶିଲା ।

 

ଗୟାସୁର ପରମ ବିଷ୍ଣୁ ଭକ୍ତ ଥିଲା । ବିଷ୍ଣୁ ଭାବିଲେ ସେ ଗୟାସୁରକୁ ଯାହା ମାଗିବେ ସେ ମନା କରିବନାହିଁ । ସେ ଗୟାସୁରକୁ କହିଲେ ଭକ୍ତ ମୁଁ ତୁମରୁ କିଛି ମାଗିବାର ଅଛି । ଅତ୍ୟନ୍ତ ପ୍ରସନ୍ନ ହୋଇ ଗୟାସୁର କହିଲା, ଆପଣ ଯାହା ମାଗିବେ ମୁଁ ନିଶ୍ଚୟ ଦେବି । ଗୟାସୁରର ଶରିର ଅତ୍ୟନ୍ତ ବିଶାଳ ଥିଲା । ଯଜ୍ଞକ୍ଷେତ୍ର କରିବାପାଇଁ ତା’ର ଶରିରକୁ ସେ ଦାନ କରିବାରୁ କହିବାରୁ ଗୟା ସାଙ୍ଗେ ସାଙ୍ଗେ ରାଜି ହୋଇଗଲା ।  କିନ୍ତୁ କେତୋଟି ସର୍ତ୍ତ ରଖିଲା ।

କହିଲା ପ୍ରଭୋ ମୋ ବକ୍ଷରେ ଆପଣ ପାଦ ରଖନ୍ତୁ । ଏହି କ୍ଷେତ୍ରରେ ସବୁ ଦେବାଦେବୀ ବାସ କରନ୍ତୁ । ମୋ ସ୍ଥାନରେ ଯାହାର ପାଦ ପଡିବ ସେମାନେ ମୋକ୍ଷ ଲାଭ କରନ୍ତୁ । ଯଦି ଏହାର ବ୍ୟତିକ୍ରମ ଘଟେ ତେବେ ମୁଁ ପୁନର୍ଜୀବିତ ହୋଇ ଅତ୍ୟାଚାର କରିବି । ବିଷ୍ଣୁ ତତାସ୍ତୁ କହିବା ସାଙ୍ଗେ ସାଙ୍ଗେ ଗୟାସିରର ଶରୀର ପଥର ପାଳଟିଗଲା । ଗୟାସୁରର ବଳିଦାନ ଫଳରେ ସେହି ସ୍ଥାନ ଏକ ପ୍ରସିଦ୍ଧ ତିର୍ଥ ସ୍ଥଳରେ ପରିଣତ ହେଲା ଓ ସେହି ରାକ୍ଷାସର ନାମାନୁସାରେ ଗୟା ନାମରେ କଥିତ ହେଲା ।

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲନ୍ତୁ, ଲାଲ୍ ବେଲ୍ ବଟନ୍’ରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ ଏବଂ ସମସ୍ତ ଖବର ଓ ବିଚାର ସୂଚନା ପାଆନ୍ତୁ
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.