ଚନ୍ଦନପୁରରେ ଆନ୍ତରାଜ୍ୟ ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଲାଞ୍ଜିଗଡ଼,୪/୧୧:ଲା ଞ୍ଜିଗଡ଼ ବ୍ଳକ ଚମ୍ପାଦେଇପୁର ପଞ୍ଚାୟତ ଅନ୍ତର୍ଗତ ଚନ୍ଦନପୁର ଗ୍ରାମରେ ଆନ୍ତରାଜ୍ୟ ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ଶିବରାମ ଯୁବକ ସଂଘ ଚନ୍ଦନପୁର ଓ ଲାଞ୍ଜିଗଡ ବେଦାନ୍ତ ଆଲୁମିନାର ମିଲିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଅଞ୍ଚଳର କ୍ରିଡା ପ୍ରେମୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଉଦ୍ଦିପନା ଦେଖିବାକୁ ମିଳିଛି । ଆଜି ଉଦଘାଟନୀ ଉତ୍ସବର ପ୍ରଥମ ମ୍ୟାଚ ସମ୍ବଲପୁର ବନାମ ଜଗା ୟୁନାଇଟେଡ଼ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ସଂଘର୍ଷ ପୂର୍ଣ୍ଣ ମ୍ୟାଚରେ ଦୁଇ ଦଳମଧ୍ୟ ମ୍ୟାଚ ଡ୍ର ହେବା ଫଳରେ ରେଫରୀ ପେନାଲଟିକ କରାଇଥିଲେ। ଯାହାଦ୍ବାରା ଟାଏ ବ୍ରେକରେ ୫/୩ ଗୋଲ ରେ ସମ୍ବଲପୁର ବିଜୟ ହାସଲ କରିଥିଲା। ଆଜି ଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର  ଫାଇନାଲ ମ୍ୟାଚ ଡିସେମ୍ବର ୧୧ ତାରିଖ ଦିନ ହେବ ବୋଲି ଆୟୋଜକ ମାନଙ୍କ ଠାରୁ ପ୍ରକାଶ । ସମୁଦାୟ ଆଠ ଦଳ ମଧ୍ୟରୁ ଛଅଟି ପୁରୁଷ ଓ ଦୁଇଟି ମହିଳା ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଇଛନ୍ତି । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ ବିଧାୟକ ବଳଭଦ୍ର ମାଝୀ , ସମ୍ମାନୀତ ଅତିଥି ଭାବରେ ବେଦାନ୍ତ ଡାଇରେକ୍ଟର ଏକ୍ସଟ୍ରନାଲ ଏକଜିକ୍ବଟିବ ସଂଜୀବ କୁମାର , ବେଦାନ୍ତ ସିଏସଆର ହେଡ଼ ହରମିତ ସେରା , ସ୍ଥାନୀୟ ସରପଞ୍ଚ ଫୁଲମତୀ ମାଝୀ , ଲାଞ୍ଜିଗଡ ପ୍ରେସ୍ କ୍ଲବ ସଭାପତି କୈଳାସ ଚନ୍ଦ୍ର ସାହୁ , ଗାଁ ଗଉତିଆ କରୁଣାକର ପଧାନୀ , ଯୁବକ ସଙ୍ଘର ସଭପତି ହରିଶ୍ଚଦ୍ର ପଧାନୀ ପ୍ରମୁଖ ଯୋଗ ଦେଇ ଖେଲାଳି ମାନଙ୍କୁ ଉତ୍ସାହିତ କରିଥିଲେ । ବି. ତିରୁପତି ପାତ୍ର , ଗୋପାଳଦାସ ମହାନନ୍ଦ , ଯୁଧିଷ୍ଠିର ଚଣ୍ଡୀ ପ୍ରମୂଖ ଧାରା ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟ ଖେଳ ପରିଚାଳକ ସନ୍ତୋଷାନନ୍ଦ ନାୟକ କ୍ରିଡା ପରିଚାଳନା କରିଥିବାବେଳେ ସନ୍ତୋଷ ପଧାନ , ମନୋଜ କୁମାର ବିଶ୍ବାଳ , ଉପେନ ଶବର , ଗଣେଶ ଦଣ୍ଡ଼ସେନା , ଦେବରାଜ ପାତ୍ର , ପ୍ରଭାକର ପଧାନୀ ପ୍ରମୁଖ ସହଯୋଗ କରିଥିଲେ ।

 

ଗୋପାଳଦାସ ମହାନନ୍ଦଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.