ପଲିଥିନ ଯୋଗୁଁ ବଢୁଛି ପ୍ରଦୂଷଣ, ହଜିଗଲାଣି କାଗଜ ଠୁଙ୍ଗା

ସୋନପୁର,୮/୮(ସୁଶାନ୍ତ ସାହୁ) : ସୁବର୍ଣ୍ଣପୁର ଜିଲ୍ଲାରେ ସମସ୍ତ ଅଂଚଳରେ ପଲିଥିନର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି । ପରିବେଶ ପ୍ରଦୁଷଣର ଏହା ଏକ ମୁଖ୍ୟ କାରଣ ପାଲଟିଛି । ତେଜରାତି ଦୋକାନଠାରୁ ଆରମ୍ଭ କରି ପନିରିବା, ମିଠା ଦୋକାନ ସହ ମାଛ, ମାଂସ ଦୋକାନରେ ମଧ୍ୟ ବିଭିନ୍ନ ଦ୍ରବ୍ୟ ଦେବା ପାଇଁ ଦୋକାନୀ ମାନେ ପଲିଥିନ ବ୍ୟବହାର କରୁଛନ୍ତି ।

ପଲିଥିନର ଅତ୍ୟଧିକ ବ୍ୟବହାର ଯୋଗୁଁ ଆଉ କେହି କାଗଜ ଠୁଙ୍ଗା ତିଆରି କରୁ ନାହାନ୍ତି । ପୂର୍ବରୁ ପଲିଥିନର ପ୍ରଚଳନ ନଥିବା ବେଳେ କାଗଜ ତିଆରି ଠୁଙ୍ଗାରେ ବିଭିନ୍ନ ଦ୍ରବ୍ୟ ବ୍ୟବସାୟୀ ମାନେ ଗ୍ରାହାକଙ୍କୁ ଦେଉଥିଲେ । ତେଣୁ ଠୁଙ୍ଗା ତିଆରି କରି କିଛି ଲୋକ ଗୁଜୁରାଣ ମେଂଟାଇ ପାରୁଥିଲେ । ସହରର କିଛି ବ୍ୟବସାୟୀଙ୍କୁ ଏ ବିଷୟରେ ପଚାରିବାରୁ ପଲିଥିନର ବହୁଳ ବ୍ୟବହାର ଯୋଗୁଁ ଠୁଙ୍ଗାର ଚାହିଦା କମି ଯାଇଥିବା ସେମାନେ କହିଛନ୍ତି । ଆଉ କିଛି ବ୍ୟବସାୟୀ ଠୁଙ୍ଗାର ଅଭାବ ଯୋଗୁଁ ସେମାନେ ବାଧ୍ୟ ହୋଇ ପଲିଥିନରେ ଗ୍ରାହକଙ୍କୁ ଜିନିଷପତ୍ର ଦେଉଥିବା କହିଛନ୍ତି ।

ରାଜ୍ୟ ସରକାର ଗତ୨୦୧୮ ଅକ୍ଟୋବର ୨ରୁ ପଲିଥିନକୁ ବ୍ୟାନ କରିବା ପାଇଁ ଘୋଷଣା କରିଛନ୍ତି । ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ବହୁ ବୁଦ୍ଧିଜିବୀ ମତ ଦେଇଛନ୍ତି । କିନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ଅଂଚଳରେ ଏହା କାର୍ଯ୍ୟକାରୀ ହେଉନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି । କିଛି ଦିନ ପୁର୍ବରୁ ପୈାର ପରିଷଦ କିଛି ଜରି ଓ ସୋଲ ର ଖଲିଦନା ସିଚ କରିଥିଲେ ପରେ କିନ୍ତୁ ଚଢାଉ କୁ ସିଏ ମଧ୍ୟ ଭୂଲି ଗଲେ । ତାପରେ ବି ଏଠାରେ ପଲିଥିନ ବ୍ୟବହାର କମିନାହିଁ ।

ତେଣୁ ଠୁଙ୍ଗା ବ୍ୟବସାୟର ପୁନରୁଦ୍ଧାର ସହିତ ବାଲିଆପାଳ ଅଂଚଳରେ ପଲିଥିନ ବ୍ୟାନ କଡାକଡି କରିବାକୁ ଦାବୀ ହେଉଛି । ଏହା ହେଲେ ପରିବେଶ ସୁରକ୍ଷିତ ରହିପ ।ରିବ । ଏଣେତେଣେ ପଲିଥିନ ପଡି ସୃଷ୍ଟି ହେଉଥିବା ଅସ୍ୱାସ୍ଥ୍ୟକର ପରିବେଶରୁ ମୁକ୍ତି ମିଳିବ । ଏନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ବୁଦ୍ଧିଜିବୀ ମହଲରୁ ଦାବୀ ହେଉଛି ।

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲନ୍ତୁ, ଲାଲ୍ ବେଲ୍ ବଟନ୍’ରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ ଏବଂ ସମସ୍ତ ଖବର ଓ ବିଚାର ସୂଚନା ପାଆନ୍ତୁ
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.