ରାକ୍ଷୀ : ଭାଇ ଭଉଣୀଙ୍କ ପବିତ୍ର ବନ୍ଧନର ସାଖି (Visual News) 


ବଲାଙ୍ଗିର,୧୦/୮ : ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ମୁଖ୍ୟତଃ ଏକ ହିନ୍ଦୁ ପର୍ବ। ଯାହା ଭାରତରେ ଓ ଭାରତ ବାସୀଙ୍କ ଦ୍ଵାରା ପାଳନ କରାଯାଏ। ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ଅତୁଟ ସ୍ନେହ, ପ୍ରେମ, ଓ ବନ୍ଧୁତ୍ୱ କୁ ଦୃଢ଼ କରିଥାଏ। ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାଥନ କରିଥାଏ ଏବଂ ସମାନ ଭାବରେ ଭାଇ ତାର ଭଉଣୀ କୁ ରକ୍ଷା କରିବାର ସଂକଳ୍ପ ନେଇଥାଏ।

(କ୍ଲିକ କରି ଦେଖନ୍ତୁ ଭିଡିଓ 👆)

ତେବେ ଏହି ରାକ୍ଷୀ ପର୍ବ କୁ ନେଇ ଏବେ ବଲାଙ୍ଗିର ସହର ଚଳଚଂଚଳ।ତେବେ ଆସନ୍ତା ୧୫ ତାରିଖରେ ଏହି ପବିତ୍ର ରକ୍ଷା ବନ୍ଧନ ପାଳନ ହେଉଥିବା ବେଳେ ଏହି ଦିନ ସ୍ବାଧୀନତା ଦିବସ ମଧ୍ୟ ପାଳନ ହେଉଛି। ଯାହାକୁ ନେଇ ଏବେ ଏହି ପର୍ବ ସହରବାସୀଙ୍କ ଉତ୍ସାହ ଦ୍ୱିଗୁଣିତ କରିଛି। ଯେଉଁଥିରେ ଦୋକାନ ବଜାର ଗୁଡିକ ଆଗରୁ ଖୋଲି ସାରିଛନ୍ତି। ରାସ୍ତା ଚାରି ପାର୍ଶ୍ୱରେ ରାକ୍ଷୀ ବିକ୍ରି ହେଉଥିବା ବେଳେ ଏଥର ୨୦୦ସହ ରୁ ଅଧିକ ଦୋକାନରେ ରାକ୍ଷୀ ବିକ୍ରି ହେଉଛି। ବିଭିନ୍ନ ପ୍ରକାର ତଥା ଆକର୍ଷଣୀୟ ରାକ୍ଷୀ ଗୁଡିକ ଦୋକାନ ଗୁଡିକର ଦେଖିବାକୁ ମିଳୁଛି ।

ବଲାଙ୍ଗିରରୁ ସଞ୍ଜୟ ମିଶ୍ରଙ୍କ ରିପୋର୍ଟ odiabarta.in